କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ

ଓ୍ବାଶିଂଟନ,୧୨ା୧: ଆମେରିକାର ଶିକାଗୋସ୍ଥିତ ଲାସଲେର ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ବିସ୍ଫୋରଣ ଘଟିଛି। ଏଥିଯୋଗୁ ନିଅଁା ଲାଗି ଫ୍ୟାକ୍ଟ୍ରି ଜଳିଯାଇଛି। ଇଲିନୋଇସ୍‌ର ଉତ୍ତର ଭାଗରେ ଥିବା ଏହି ପ୍ଲାଣ୍ଟ ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ୧୦,୦୦୦ ଜନସଂଖ୍ୟା ବିଶିଷ୍ଟ ସହର ଲାସ୍‌ଲେର ଫାୟାର ଚିଫ୍‌ ଜେରି ଜାନିକ୍‌ କହିଛନ୍ତି, ନିଅଁାକୁ ଆୟତ୍ତ କରିବା ପାଇଁ ଅତିରିକ୍ତ ସରଞ୍ଜାମ ପଠାଯାଇଛି। ବିସ୍ଫୋରଣର କାରଣ ଜଣାପଡ଼ିନାହିଁ। ଏହି ପ୍ଲାଣ୍ଟରେ ଏକ ଅକ୍ସିଡେଣ୍ଟ ଉତ୍ପାଦନ କରାଯାଏ, ଯାହାକି ପାନୀୟ ଜଳ ଓ ବର୍ଜ୍ୟଜଳ ବିଶୋଧନ ପାଇଁ ବ୍ୟବହୃତ ହୋଇଥାଏ।

Share