Categories: ଜାତୀୟ

ତେଲେଙ୍ଗାନା ଗ୍ଲାସ୍‌ କାରଖାନାରେ ଭୟଙ୍କର ବିସ୍ଫୋରଣ: ୬ ଶ୍ରମିକ ମୃତ, ୧୫ରୁ ଅଧିକ ଗୁରୁତର

ରଙ୍ଗାରେଡି,୨୮।୬: ତେଲେଙ୍ଗାନାର ରଙ୍ଗାରେଡି ଜିଲାରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏକ ଗ୍ଲାସ କାରଖାନାରେ ଭାଟି ବଏଲର ବିସ୍ଫୋରଣ ହେବା ଯୋଗୁ ୬ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଏନେଇ ସୂଚନା ମିଳିବା ପରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏଥିସ କିଭଳି ବିସ୍ଫୋରଣ ହେଲା ସେନେଇ ତଦନ୍ତ କରୁଛି। ତେବେ କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା ପୋଲିସ କହିଛି। ଏଣୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।

ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଶ୍ରମିକମାନଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଦୁର୍ଘଟଣା ସମୟରେ କାରଖାନାରେ ୧୫୦ ଲୋକ ଥିବା କୁହାଯାଉଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଅଧିକାରୀମାନଙ୍କୁ ବିସ୍ଫୋରଣ ସମ୍ପର୍କରେ ସତର୍କ କରାଇଛନ୍ତି। ଦୁର୍ଘଟଣାରେ ଆହତଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଦ୍ରୁତ ଗତିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମ୍ପନ୍ନ କରିବାକୁ ମଧ୍ୟ କୁହାଯାଇଛି।

Share