ପଥର ଖାଦାନରେ ବିସ୍ପୋରଣ: ୩ ମୃତ, ୫ ଆହତ

ଗୁଣପୁର,୧୬।୮(ଡି.ଏନ.ଏ)-ରାୟଗଡା ଜିଲା ଗୁଣପୁର ବ୍ଲକ ଜଲତାର ପଞ୍ଚାୟତ ଅନ୍ତର୍ଗତ ଓକିଲଗୁଡାରେ ନିକଟରେ ଥିବା ପଥର ଖାଦାନରେ ଶୁକ୍ରବାର ବିସ୍ପୋରଣ ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଜାମେସ ଶବର, କୁଶାବତୀ ଶବର ଏବଂ ଡୁଡି ଶବର। ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share