Advertisement

ଟାଟା ଷ୍ଟିଲ୍‌ରେ ଅଘଟଣ: ୮ ଶ୍ରମିକ ଆହତ

ଯାଜପୁର,୨୧।୩: ଯାଜପୁର ଜିଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଷ୍ଟିଲ ମେଲ୍‌ଟିଂ ସପ୍‌ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୮ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଥିବା ଜଣାପଡିଛି।

ସମସ୍ତ ଆହତଙ୍କୁ ଊଦ୍ଧାର କରି ଟାଟା ଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଶ୍ରମକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।  ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share