Categories: ଜାତୀୟ

ଏୟାରଫୋର୍ସ ଷ୍ଟେଶନରେ ଡ୍ରୋନ୍‌ ଦ୍ୱାରା ବିସ୍ଫୋରଣ…

ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଶନିବାର-ରବିବାର ବିଳମ୍ବିତ ରାତ୍ରରେ ବିସ୍ଫୋରଣ ଘଟିଛି। ରାତ୍ର ୧ଟା ୩୭ରେ ଏବଂ ୧ଟା ୪୨ରେ ୫ ମିନିଟ୍‌ ମଧ୍ୟରେ ୨ ଥର ବିସ୍ଫୋରଣ ଘଟିଥିବା ଏୟାରଫୋର୍ସ ଷ୍ଟେଶନ ପକ୍ଷରୁ ସୂଚନା ଦିଆଯାଇଛି। ୨ ଡ୍ରୋନ୍‌କୁ ବିସ୍ଫୋରଣ କାର୍ଯ୍ୟରେ ବ୍ୟବହାର କରାଯାଇଥିବା କୁହାଯାଉଛି। ବିସ୍ଫୋରଣ ଶକ୍ତିଶାଳୀ ନ ଥିବା ଏୟାର ଫୋର୍ସ ଷ୍ଟେଶନ ପକ୍ଷରୁ କୁହାଯାଇଛି। ବିସ୍ଫୋରଣରେ ବାୟୁସେନାର ୨ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବାୟୁସେନା ଉପମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ଏଚ୍‌.ଏସ୍‌. ଆରୋରାଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଫେରୋନସିକ୍‌ ଟିମ୍‌ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ଏନ୍‌ଆଇଏ ଏବଂ ଏନ୍‌ଏସ୍‌ଜି ଟିମ୍‌ ପକ୍ଷରୁ ଜାରି ରହିଛି।

Share