Categories: ଜାତୀୟ

ସୁରକ୍ଷାକର୍ମୀଙ୍କ ଗାଡ଼ିରେ ବିସ୍ଫୋରଣ, ୩ ଯବାନ ଆହତ…

ଶ୍ରୀନଗର, ୨।୬ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଏକ ଗାଡ଼ିରେ ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣ ଯବାନ ଆହତ ହୋଇଥିବା କଶ୍ମୀର ଆଇଜିପି ବିଜୟ କୁମାର ଗୁରୁବାର ସୂଚନା ପ୍ରଦାନ କରିଛନ୍ତି। ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୁରକ୍ଷାକର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଏହି ଗାଡ଼ିକୁ ଭଡ଼ାରେ ଅଣାଯାଇଥିଲା। ଶୋପିଆନ୍‌ର ଶେଦୌଠାରେ ଏହା ଘଟିଥିବା ସେ କହିଛନ୍ତି।

ଏହି ବିସ୍ଫୋରଣ ଗ୍ରେନେଡ୍‌ ଅବା ଆଇଡି ଦ୍ୱାରା ହୋଇଥିବା ସନ୍ଦେହ କରାଯାଉଛି। ଗାଡ଼ିର ବ୍ୟାଟେରୀ ଖରାପ ହୋଇଯାଇଥିବାରୁ ମଧ୍ୟ ଏଭଳି ହୋଇଥିବାର ଅନୁମାନ କରାଯାଉଛି। ତେବେ ବିସ୍ଫୋରଣ ନେଇ ତଦନ୍ତ ଜାରି ରହିଥିବା ଆଇଜିପି କହିଛନ୍ତି।

Share