ଆମେରିକାରେ ବିସ୍ଫୋରଣ: ଜଣେ ପୋଲିସ ଅଧିକାରୀଙ୍କ ସମେତ ଚାଲିଗଲା ୧୦ ଜଣଙ୍କ ଜୀବନ

ଓ୍ବାଶିଂଟନ୍‌,୨୩।୩: ଆମେରିକାର କୋଲୋରୋଡର ବୋଲ୍ଡରରେ ଥିବା ଏକ ଭିଡ଼ ବହୁଳ ସୁପରମାର୍କେଟରେ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ପୋଲିସ ଏହା ନିଶ୍ଚିତ କରିଛି। ପୋଲିସ  ଲୋକଙ୍କୁ ସଚେତନ କରାଇ ଏହି ଅଞ୍ଚଳକୁ ନ ଆସିବାକୁ କହିଛି। ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଗୁଳି ବିନିମୟରେ ସେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share