ଇସଲାମାବାଦ, ୨୬।୪ : ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ନିକଟରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣ ଚାଇନା ନାଗରିକଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ମୁରାଦ ଅଲ୍ଳୀ ଶାହା ଏନେଇ ସୂଚନା ପ୍ରଦାନ କରିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଦାଓ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ କହିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।