କଟକ ଅଫିସ,୩।୧୧: କଟକ ଆଠଗଡ଼ ତିଗିରିଆ ଅଞ୍ଚଳରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବ୍ୟକ୍ତି, ଜଣେ ମହିଳା ଓ ଜଣେ ଦେଢ଼ ବର୍ଷର ଶିଶୁ ଥିବା ଜଣାପଡ଼ିଛିି। ତିଗିରିଆ ବାଣେଶ୍ୱରପଡ଼ା ଗାଁର ଧୀର ସ୍ବାଇଁ ନାମକ ଜଣେ ବ୍ୟକ୍ତି ନିଜ ଘରେ ବାଣ ତିଆରି କରୁଥିବା ବେଳେ ହଠାତ ବିସ୍ପୋରଣ ହୋଇଥିଲା। ତାଙ୍କ ଶରୀରର ୭୦ ଭାଗ ପୋଡ଼ିଯାଇଥିବା ବେଳେ ଏକ ଦେଢ଼ ବର୍ଷର ଶିଶୁପୁତ୍ର ମଧ୍ୟ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି। ହେଲେ ମହିଳାଙ୍କ ପରିଚୟ ମିଳିପାରି ନାହିଁ ।