ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଅନୁଗୋଳ ଅଫିସ, ୨୧।୧୦: ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି।
ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ସାଅନ୍ଦା ଗ୍ରାମର ତ୍ରିପୁର ବେହେରା (୪୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏଥିରେ ତ୍ରିପୁଙ୍କର ସ୍ତ୍ରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଖମାର ମେଡିକାଲକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି। ଖମାର ପୋଲିସ ଘଟଣାର ତଦନ୍ତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।