କ୍ୱିଭ(ୟୁକ୍ରେନ),୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଗୁରୁବାର ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ଦେଶର ଉପକୂଳବର୍ତ୍ତୀ କିଛି ସହରରେ ପ୍ରଚଣ୍ଡ ବସ୍ଫୋରଣ ଘଟିଛି। ଓଡେସା ସହରର ବ୍ଲାକ ସି ବନ୍ଦରରେ ମଧ୍ୟ ବିସ୍ଫୋରଣ ହୋଇଛି। ପୂରା ରାଜଧାନୀରେ ଏବେ ପୋଲିସ ଓ ଆମ୍ବୁଲାନ୍ସ ସାଇରନ ଶୁଣାଯାଉଛି ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।
ତେବେ ବିଭିନ୍ନ ସହରରେ ହୋଇଥିବା ବିସ୍ଫୋରଣ ଘଟଣାକୁ ଏପର୍ଯ୍ୟନ୍ତ କୌଣସି ସରକାର ସ୍ପଷ୍ଟ କରି ନାହାନ୍ତି।