Categories: ଖେଳ

ବିଜୟଙ୍କ ବିସ୍ଫୋରକ ବ୍ୟାଟିଂ

ଅହମ୍ମଦାବାଦ,୯।୪: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଆଇପିଏଲ୍‌ର ୧୪ତମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଦଳର ସାଇ ସୁଦର୍ଶନ ଏବଂ ବିଜୟ ଶଙ୍କରଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୦୪ ରନ୍‌ କରିଛି। ଫଳରେ କୋଲକାତା ନାଇଟ୍‌ ରାଇଡର୍ସ ଆଗରେ ୨୦୫ ରନ୍‌ର ବିଜୟ ଟାର୍ଗେ୍‌ଟ ରଖିଛି ଗୁଜୁରାଟ।

ଦଳର ୨ ଓପନର ରିଦ୍ଧିମାନ ସାହା ଏବଂ ଶୁବମାନ ଗିଲ୍‌ ବ୍ୟାଟିଂ କରିବାକୁ ଆସି ପ୍ରାରମ୍ଭିକ ଷ୍ଟାଟ୍‌ ଦେଇଥିଲେ। ରିଦ୍ଧିମାନ ୧୭ ରନ୍‌ କରିଥିବା ବେଳେ ଶୁବମାନ ୩୯ ରନ୍‌ କରିଥିଲେ। ହେଲେ ଅଲ୍‌ରାଉଣ୍ଡର ବିଜୟ ଶଙ୍କର ୨୪ ବଲ୍‌ରେ ୪ ଚୌକା ଏବଂ ୫ ଛକା ସହ ୬୩ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ଏପରିକି ଶାଦ୍ଦୁଳ ଠାକୁରଙ୍କ ଏକ ଓଭରରେ ବିଜୟ ୩ଟି ଛକା ମାରି ହ୍ୟାଟ୍ରିକ ହାସଲ କରିଥିଲେ। ଫଳରେ ଗୁଜରାଟ ୨୦୪ ରନ୍‌ର ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷେ ଅଲ୍‌ରାଉଣ୍ଡର ବିଜୟଙ୍କ ଏହା ଥିଲା ଆଇପିଏଲ୍‌ର ୪ତମ ଅର୍ଦ୍ଧଶତକ

Share