ଚମକାଇ ଦେଲେ ରୋହିତ୍‌, ପାରିଲେନି ଅଷ୍ଟ୍ରେଲିଆ ବୋଲର

ନୂଆଦିଲ୍ଲୀ, ୨୫।୬: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଟି୨୦ କ୍ରିକେଟ ବିଶ୍ୱକପର ସୋମବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ସୁପର-୮ ମ୍ୟାଚରେ ବୃହତ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ରୋହିତ ମାତ୍ର ୮ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିବାବେଳେ ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୫ ରନ ସ୍କୋର କରିଥିଲା। ବିଶାଳ ସ୍କୋରର ପିଛା କରି ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ କରିବାରେ ସକ୍ଷମ ହୋଇଥିଲା। ଫଳରେ ଭାରତ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ ।

ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଭାରତର ଆରମ୍ଭ ଭଲ ହୋଇ ନ ଥିଲା। ଦ୍ୱିତୀୟ ଓଭରର ୪ର୍ଥ ବଲ୍‌ରେ ବିରାଟ କୋହଲିଙ୍କୁ ଗୋଲ୍ଡେନ ଡକ (୦)ରେ ଆଉଟ କରି ଅଷ୍ଟ୍ରେଲିଆ ଶିବିରରେ ଉତ୍ସାହ ଭରି ଦେଇଥିଲେ ଜୋଶ ହାଜେଲଉଡ। ମାତ୍ର ରୋହିତ ଶର୍ମା ଧୂଆଁଧାର ବ୍ୟାଟିଂ କରି ଇନିଂସକୁ ଆଗେଇ ନେଇଥିଲେ। ମାତ୍ର ୧୯ ବଲ୍ରେ ସେ ଅର୍ଦ୍ଧଶତକ ପୂରଣ କରିଥିଲେ। ଯାହାକି ଚଳିତ ଟି୨୦ ବିଶ୍ୱକପରେ ଦ୍ରୁତତମ ଅର୍ଦ୍ଧଶତକ ଥିଲା। ୪.୧ ଓଭରରେ ଭାରତ ୪୩ ରନ କରିଥିବାବେଳେ ବର୍ଷା ଯୋଗୁ ଖେଳ ଅଳ୍ପ କିଛି ସମୟ ବାଧାପ୍ରାପ୍ତ ହୋଇଥିଲା। ସେତେବେଳକୁ ରୋହିତ ୪୧ ରନ କରିଥିବାବେଳେ ରିଷଭ ପନ୍ତଙ୍କ ଅବଦାନ ଥିଲା ମାତ୍ର ୧ ରନ। ପାଓ୍ବାରପ୍ଲେ ୬ ଓଭରରେ ଭାରତ ୬୦ ରନ ସଂଗ୍ରହ କରି ବଡ଼ ସ୍କୋର ପାଇଁ ପଥ ପ୍ରସ୍ତୁତ କରିଥିଲା। ରୋହିତ ଓ ପନ୍ତ ଦ୍ୱିତୀୟ ଉଇକେଟରେ ୩୮ ବଲ୍ରୁ ୮୭ ରନର ଭାଗୀଦାରି ଗଢ଼ିଥିଲେ। ସେଥିରେ ପନ୍ତଙ୍କ ଅବଦାନଥିଲା ମାତ୍ର ୧୫ ରନ। ପନ୍ତ ୧୪ ବଲ୍ରୁ ୧୫ ରନ କରିଥିବାବେଳେ ମାର୍କୁସ ଷ୍ଟୋଇନିସଙ୍କ ଶିକାର ହେବାରୁ ପାର୍ଟନରଶିପ ଭାଙ୍ଗିଥିଲା। ରୋହିତ ଧୂଆଁଧାର ବ୍ୟାଟିଂ ଜାରି ରଖି ଶତକର ନିକଟତର ହୋଇଥିଲେ। ତେବେ ସେ ୪୧ ବଲ୍ରୁ ୭ ଚୌକା ଓ ୮ ଛକା ସହାୟତାରେ ୯୨ ରନ କରିଥିବାବେଳେ ମିଚେଲ ଷ୍ଟାର୍କଙ୍କ ୟର୍କରକୁ ଖେଳିବାକୁ ଯାଇ ବୋଲ୍ଡ ହୋଇ ଯାଇଥିଲେ। ବଲ ପ୍ୟାଡ୍ରେ ବାଜି ଷ୍ଟମ୍ପରେ ଲାଗିଥିଲା। ଆଉଟ ହେବାପୂର୍ବରୁ ସେ ସୂର୍ଯ୍ୟକୁମାର ଯାଦବଙ୍କ ସହ ତୃତୀୟ ଉଇକେଟରେ ୨୦ ବଲ୍ରୁ ୩୪ ରନର ଭାଗୀଦାରି ଗଢ଼ିଥିଲେ।

ସୂର୍ଯ୍ୟକୁମାର, ଶିବମ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟା ବଡ଼ ଇନିଂସ ଖେଳିପାରି ନ ଥିଲେ ଦ୍ରୁତ ହାରରେ ରନ ସଂଗ୍ରହ କରି ଭାରତ ରନ ସଂଖ୍ୟାକୁ ୨୦୦ ଅତିକ୍ରମ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ର୍ନିବାହ କରିଥିଲେ। ସୂର୍ଯ୍ୟକୁମାର ୧୬ ବଲ୍ରୁ ୩୧ (୩ ଚୌକା, ୨ ଛକା), ଶିବମ ଦୁବେ ୨୨ ବଲ୍ରୁ ୨୮ (୨ ଚୌକା, ୧ ଛକା) ରନକରି ଆଉଟ ହୋଇଥିବାବେଳେ ହାର୍ଦ୍ଦିକ ୧୭ ବଲ୍ରୁ ୨୭ (୧ ଚୌକା, ୨ ଛକା) ରନରେ ଅପରାଜିତ ରହିଥିଲେ। ରବୀନ୍ଦ୍ର ଜାଡେଜା ୫ ବଲ୍ରୁ ୧ ଛକା ସହାୟତାରେ ୯ ରନ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଚମତ୍କାର ବୋଲିଂ କରିଥିଲେ ଜୋଶ ହାଜେଲଉଡ। ସେ ନିଜ ୪ ଓଭର ସ୍ପେଲ୍ରେ ମାତ୍ର ୧୪ ରନ ଦେଇ କୋହଲିଙ୍କ ପ୍ରାଇଜ ଉଇକେଟ ନେଇଥିଲେ। ମିଚେଲ ଷ୍ଟାର୍କ ଓ ମାର୍କୁସ ଷ୍ଟୋଇନିସ ୨ଟି ଲେଖାଏ ଉଇକେଟ ନେଇଥିଲେ ହେଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। କୁମିନ୍ସ ୪ ଓଭରରେ ୪୮ ଓ ଆଡାମ ଜାମ୍ପା ୪୧ ରନ ବ୍ୟୟ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ: ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ

ଦୁବାଇ, ୪।୧୦: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପରେ ଭାରତ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ହରମନପ୍ରୀତ କୌରଙ୍କ ଦଳ...

ଓଡ଼ିଶା ରଣଜୀ ଦଳ ଘୋଷିତ: ଗୋବିନ୍ଦ ପୋଦ୍ଦାର ଅଧିନାୟକ

ଭୁବନେଶ୍ୱର, ୪।୧୦ (ତପନ ସ୍ବାଇଁ): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଘରୋଇ କ୍ରିକେଟର ସର୍ବୋଚ୍ଚ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ୨୦୨୪-୨୫ ସିଜନର ପ୍ରଥମ ୨ଟି ମ୍ୟାଚ...

ସାହାଣୀ କପ ଫୁଟବଲ: ରାଉରକେଲାକୁ ହରାଇ ବରଗଡ଼ ଫାଇନାଲରେ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ଓ ବରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆୟୋଜନରେ ଅନୁଷ୍ଠିତ...

ରିଷଭ ପନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଳ୍ଲୀ,୪।୧୦:ଭାରତୀୟ କ୍ରିକେଟର୍‌ ରିଷଭ ପନ୍ତ ଆଜି ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ପନ୍ତ ୪ ଅକ୍ଟୋବର ୧୯୯୭ରେ ଉତ୍ତରାଖଣ୍ଡର ରୁର୍‌କିରେ ଜନ୍ମଗ୍ରହଣ କରିଥିଲେ। ପନ୍ତ ନିଜର...

କାଙ୍ଗାଳ ପାକିସ୍ତାନ: ୪ ମାସ ହେବ କ୍ରିକେଟର୍‌ଙ୍କୁ ମିଳିନି ଦରମା

ଇସଲାମାବାଦ୍‌,୪।୧୦: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ବିବାଦ ଶେଷ ହେବାର ନାଁ ଧରୁନି। ପାକିସ୍ତାନର ଅନେକ ତାରକା ଖେଳାଳିଙ୍କୁ ଗତ ଚାରିମାସ ଧରି ଦରମା ଦିଆଯାଇ...

ଶାମିଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ପତ୍ନୀ ହସିନ ଜହାଁ, ଝିଅଙ୍କ…

ନୂଆଦିଲ୍ଲୀ,୪।୧୦: ଭାରତୀୟ ତାରକା ବୋଲର୍‌ ମହମ୍ମଦ ଶାମିଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ପତ୍ନୀ ହସିନ ଜହାଁ। ଝିଅ ଆୟରାଙ୍କ ପାସପୋର୍ଟ କରିବାକୁ ଶାମି ସହଯୋଗ...

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ କୋହଲିଙ୍କ ହୁଙ୍କାର: ଯୁଦ୍ଧ ଏବେ…

ନୂଆଦିଲ୍ଲୀ,୪।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ଏହି ଟ୍ରଫି ଅଧୀନରେ ଭାରତ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି।...

ମୋଦିଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ‘ଦ ୟୁନିଭର୍ସ ବସ୍‌’: ଭିଡିଓ ହେଉଛି ଭାଇରାଲ୍‌..

ନୂଆଦିଲ୍ଲୀ,୪।୧୦: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମାଇକାରେ ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲେନ୍ସଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି, ନୂଆଦିଲ୍ଲୀରେ ଜାମାଇକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri