ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ଚାଲିଗଲା ଯୁବକଙ୍କ ଜୀବନ

ଖଲ୍ଲିକୋଟ,୨୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଅରବିନ୍ଦ ନଗରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଅରବିନ୍ଦ ନଗରରେ ରହୁଥିବା ଜଣେ ଯୁବକ ଆଜି ସକାଳେ ବାଣ ଭିଡ଼ିବା ସମୟରେ ଅସାବଧାନତା ଯୋଗୁ ବାଣ ବିସ୍ଫୋରଣ ଘଟି ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଆସିଥିଲେ। କିନ୍ତୁ ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାମାୟଣ ନାଟକ ପାଇଁ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଯୁବକଙ୍କ ଜୀବନ ଯାଇଛି । ମୃତ ଯୁବକଙ୍କ ନାମ ଜିତେନ୍ଦ୍ର କୁମାର ପ୍ରଧାନ ବୋଲି ଜଣାପଡ଼ିଛି। ତେବେ ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି।

Share