ଭୁବନେଶ୍ୱର ରେଳ ଷ୍ଟେଶନରେ ବିସ୍ଫୋରକ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରୁ ବିସ୍ଫୋରକ ମିଳିଛି। ଷ୍ଟେଶନରେ ଅଟକି ରହିଥିବା କୋଣାର୍କ ଏକ୍ସପ୍ରେସ୍‌ରୁ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଏହି ବିସ୍ଫୋରକକୁ ଜବତ କରିଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହୁଥିବା ଷ୍ଟେଶନ ମଧ୍ୟରୁ ବୁଧବାର ବିଳମ୍ବିତ ରାତିରେ ଏଭଳି ସାମଗ୍ରୀ ମିଳିବା ପରେ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି ହୋଇଛି। ଜବତ ସାମଗ୍ରୀରେ ୮ଟି ରେଡ୍‌ ପାରାଚ୍ୟୁଟ ସିଗ୍‌ନାଲ, ୧୫ଟି ରକେଟ ପାରାଚ୍ୟୁଟ ଫ୍ଲାର୍ସ ଏବଂ ଗୋଟିଏ ପାଥ୍‌ ଫାଇଣ୍ଡର ଶର୍ଟ ରହିଥିବା ସୂଚନା ଦିଆଯାଇଛି। ଏଗୁଡ଼ିକ ଦୂର ସମୁଦ୍ରରେ ଥିବା ଜାହାଜର ସିଗ୍‌ନାଲ ଦେବା ପାଇଁ ବ୍ୟବହାର କରାଯାଏ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଆର୍‌ପିଏଫ୍‌ ପକ୍ଷରୁ କୁହାଯାଇଛି। ଏନେଇ ଆର୍‌ପିଏଫ୍‌ ଅଧିକାରୀ ଶ୍ରୀନିବାଶ ପଟ୍ଟନାୟକ କହିଛନ୍ତି, ସନ୍ଦେହଜନକ ଅବସ୍ଥାରେ ମିଳିଥିବା ବିସ୍ଫୋରକ ସାମଗ୍ରୀକୁ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଏହାକୁ ଯାଞ୍ଚ କରିବା ପାଇଁ ଶୁକ୍ରବାର ସକାଳେ ବୋମା ନିଷ୍କ୍ରିୟକାରୀ ଦଳ ଆସିବେ। ବମ୍‌ ସ୍କ୍ବାଡ୍‌ ପକ୍ଷରୁ ରିପୋର୍ଟ ଦିଆଯିବା ପରେ ଏନେଇ ଅଧିକ ସ୍ପଷ୍ଟ ହେବ। ଏଭଳି ସାମଗ୍ରୀକୁ କେଉଁ ଉଦ୍ଦେଶ୍ୟରେ କିଏ ଆଣିଥିଲେ ସେନେଇ ଜାଣିବାକୁ ଭୁବନେଶ୍ୱର ଷ୍ଟେଶନ ସମେତ ଟ୍ରେନ୍‌ ଆସିଥିବା ଅନ୍ୟାନ୍ୟ ଷ୍ଟେଶନର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଉଛି। ଏହାକୁ ଗୁରୁତ୍ୱର ସହ ନିଆଯାଇଛି। ଆର୍‌ପିଏଫ୍‌ ପକ୍ଷରୁ ଏକ ମାମଲା (ନଂ. ସି୩ସି/୩୭୭/୨୦୨୩) ରୁଜୁ କରାଯାଇ ତଦନ୍ତ କରାଯାଉଥିବା ସେ କହିଛନ୍ତି। ତେବେ ଏଭଳି ବିସ୍ଫୋରକ ସାମଗ୍ରୀ ଠାବ ହେବା ଫଳରେ ଷ୍ଟେଶନର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, କୋଣାର୍କ ଏକ୍ସପ୍ରେସ୍‌ ବୁଧବାର ମୁମ୍ବାଇରୁ ଆସି ରାତି ପ୍ରାୟ ୧୧ଟା ୩୦ରେ ଭୁବନେଶ୍ୱର ରେଳ ଷ୍ଟେଶନର ୨.ନଂ ପ୍ଲାଟଫର୍ମରେ ଲାଗିଥିଲା। ତେବେ ରାତି ପ୍ରାୟ ୩ଟାବେଳେ ସଫେଇ କର୍ମଚାରୀମାନେ ଟ୍ରେନ୍‌ ସଫା କରୁଥିବାବେଳେ ସାଧାରଣ ବଗିରୁ ଏକ ଶବ୍ଦ ଶୁଣିବାକୁ ପାଇଥିଲେ। ଶବ୍ଦ ଶୁଣି ସେମାନେ ଚମକି ପଡ଼ିବା ସହ ଭୟଭୀତ ହୋଇ ପଡ଼ିଥିଲେ। ତୁରନ୍ତ କର୍ମଚାରୀମାନେ ସେଠାକୁ ଯିବା ପରେ ଉକ୍ତ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ସେମାନେ ଏ ସଂକ୍ରାନ୍ତରେ ଆର୍‌ପିଏଫ୍‌କୁ ଜଣାଇଥିଲେ। ଆର୍‌ପିଏଫ୍‌ ଅଧିକାରୀମାନେ ସେଠାକୁ ଯାଇ ଯାଞ୍ଚ କରିଥିଲେ। ପରେ ଡଗ୍‌ ସ୍କ୍ବାଡ୍‌ ଦ୍ୱାରା ଯାଞ୍ଚ ପରେ ଏଗୁଡ଼ିକ ବିସ୍ଫୋରକ ସାମଗ୍ରୀ ବୋଲି ସ୍ପଷ୍ଟ ହୋଇଥିଲା। ତେବେ ଅଧିକ ଯାଞ୍ଚ ପାଇଁ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Japan Earthquake: ଭୂକମ୍ପ ଝଟ୍‌କାରେ ପୁଣି ଥରିଲା ଜାପାନ, ୬.୦ ତୀବ୍ରତା ଯୋଗୁ ଲୋକେ ଆତଙ୍କିତ

ଟୋକିଓ,୨।୪: ମଙ୍ଗଳବାର ରାତିରେ ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ରିକ୍ଟର ସ୍କେଲରେ...

ସାବଧାନ! ଆଇସକ୍ରିମ-କୋଲ୍ଡ ଡ୍ରିଙ୍କ୍ସରେ ମିଳିଲା ଡିଟରଜେଣ୍ଟ ପାଉଡର, ହାଡ଼ ଦୁର୍ବଳ କରୁଥିବା ରାସାୟନିକ ପଦାର୍ଥ

କଟକ,୨।୪: କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ (FDA) ଦ୍ୱାରା ଏକ ଆଶ୍ଚର୍ଯ୍ୟଜନକ ଖାଦ୍ୟ ସୁରକ୍ଷା ତଦନ୍ତରେ ବେଙ୍ଗାଲୁରୁରେ ଆଇସକ୍ରିମ ଏବଂ ଥଣ୍ଡା...

ବେଆଇନ ମଦ କାରବାର ବିରୋଧରେ ଜନ ଆନ୍ଦୋଳନ: ୪ ମଦ ଦୋକାନ ସିଲ କଲା ପୋଲିସ

ଦିଗପହଣ୍ଡି/ସାନଖେମୁଣ୍ଡି,୨।୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମର ମେଡ଼ିକାଲ ଛକ, ବଜାର ଛକ ସମେତ ଗାଁ’ର ଗଳିକନ୍ଦିରେ ବେଆଇନ ଭାବେ...

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପରେ ତାଲା: ତେଜିଲା ଚାଷୀ ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ବରଗଡ଼, ୨।୪(ପ୍ରେମାନନ୍ଦ ଖମାରୀ) – ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ମଡାଇବା ପାଇଁ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ଜିଲାର...

ଦେଶବ୍ୟାପୀ UPI ଡାଉନ୍: ପେମେଣ୍ଟ କରିବାକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୟୁଜର

ନୂଆଦିଲ୍ଲୀ,୨।୪: UPI ସର୍ଭର ଡାଉନ ହେବାରୁ ଦେଶବ୍ୟାପୀ ଅନଲାଇନ୍ ପେମେଣ୍ଟ କରିବାରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୁଗୁଲ୍ ପେ, ପେଟିଏମ୍ ଏବଂ ଷ୍ଟେଟ୍ ବ୍ୟାଙ୍କ...

୧୦ ଫୁଟ ତଳକୁ ଖସିପଡ଼ିଲା କାର୍‌: ବାଇକ୍‌ ଶୋ’ରୁମ୍‌ ମ୍ୟାନେଜରଙ୍କ ମୃତ୍ୟୁ,ଡ୍ରାଇଭର ଗୁରୁତର

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ୧୬ ନମ୍ବର ଜାତୀୟ ରାଜପଥ ସୁକନ୍ୟା ଢାବା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ୧୦ ଫୁଟ...

ନକଲିକୁ ଧରିଲା ଅସଲି ପୋଲିସ: ହୋମଗାର୍ଡ ଚାକିରି ଦେବାକୁ କହି ୩୦ରୁ ୪୦ ଆଶାୟୀଙ୍କୁ ଠକେଇ

କଟକ,୨।୪: କମିଶନରେଟ୍ ପୋଲିସର କଟକ ପୋଲିସ ବିଭାଗରେ ବିଭିନ୍ନ ପ୍ରକାରର ପଦବୀରେ ନିଯୁକ୍ତି ଦେବା ବାହାନାରେ ଚାକିରି ଆଶାୟୀମାନଙ୍କୁ ଠକୁଥିବା ଜଣେ ନକଲି ପୋଲିସ ଇନସପେକ୍ଟରଙ୍କୁ...

୭୭ତମ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ, ଦୁଇଦିନ ଉତ୍କଳ ମଣ୍ଡପରେ ସମାରୋହ

ଭୁବନେଶ୍ୱର,୨।୪: ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ୭୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ଉପଲକ୍ଷେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image