Categories: ଜାତୀୟ

ଫାର୍ମା କମ୍ପାନୀରେ ବିସ୍ଫୋରଣ: ଛଟପଟ ହୋଇ ଚାଲିଗଲା ୧୫ ଜଣଙ୍କ ଜୀବନ, ହୃଦୟ ବିଦାରକ ଦୃଶ୍ୟ ବର୍ଣ୍ଣନା କଲେ ଏସ୍‌ଆଇ

ହାଇଦ୍ରାବାଦ,୨୧ା୮: ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀସ୍ଥିତ ଏକ ଫାର୍ମା କମ୍ପାନୀରେ ବୁଧବାର ବଡ଼ଧରଣର ବିସ୍ଫୋରଣ ଘଟି ୧୫ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତୁରନ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା ଜାରି ରହିଛି।

ଏକ ରିପୋର୍ଟ ଅନୁଯାୟୀ, ଅଚ୍ୟୁତପୁରମ୍‌ର ସେଜ୍‌ରେ ଅବସ୍ଥିତ ଏକ କମ୍ପାନୀର ରିଆକ୍ଟରରେ ଏହି ବିସ୍ଫୋରଣ ଘଟିଛି। ଡାକ୍ତରଙ୍କ ଟିମ୍‌ ସମସ୍ତ ଆହତଙ୍କ ଉପରେ ନଜର ରଖିଛନ୍ତି। ଆହତଙ୍କ ସମ୍ପର୍କୀୟମାନେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜିଲା ଏସ୍‌ପି ଦୀପିକା ପାଟିଲ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ନିଶ୍ଚିତ କରିଛନ୍ତି।

ରିପୋର୍ଟ ଅନୁଯାୟୀ ମୃତକଙ୍କ ମଧ୍ୟରୁ ଦୁଇଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ପୁଡି ମୋହନ ଏବଂ ଏନ୍‌ ହରିକା ବୋଲି ଜଣାପଡିଛି। ଅଚ୍ୟୁତପୁରମ୍‌ ଥାନା ସର୍କଲ ଇନ୍ସପେକ୍ଟର ଏମ୍‌ ବୁଚାୟା କହିଛନ୍ତି, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, କେମିକାଲରେ ନିଆଁ ଲାଗିବା ଯୋଗୁ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ଚର୍ମ ନଷ୍ଟ ହୋଇଯାଇଥିଲା। ସେମାନେ ଆଖି ବୁଜିବା ପୂର୍ବରୁ ଖୁବ୍‌ ଚିିତ୍କାର କରୁଥିଲେ। ଯାହାକି ଅତ୍ୟନ୍ତ ଭୟଙ୍କର ଆଉ ହୃଦୟ ବିଦାରକ ଥିଲା।

Share