Categories: ବାଣିଜ୍ୟ

ନଭେମ୍ବରରେ ରପ୍ତାନି କ୍ଷେତ୍ରର ବୃଦ୍ଧି ୬୪.୪%

ନୂଆଦିଲ୍ଲୀ,୩୦।୧୨: କ୍ରମାଗତ ଭାବେ ଘରୋଇ ବଜାର ରପ୍ତାନି କ୍ଷେତ୍ରର ବୃଦ୍ଧି ପରିଲକ୍ଷିତ ହୋଇଛି। ଏପରିକି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ବାଣିଜି୍ୟକ ଚୁକ୍ତି ଅନୁଯାୟୀ ଭାରତ ୨୦୨୪ ନଭେମ୍ବର ମଧ୍ୟରେ ଅଷ୍ଟ୍ରେଲିଆକୁ ରପ୍ତାନି କରିଥିବା ସାମଗ୍ରୀ ପରିମାଣ ୬୪.୪% ବୃଦ୍ଧି ପାଇଁ ବାର୍ଷିକ ଭିତ୍ତିରେ ୬୪୩.୭ ମିଲିୟନ ଡଲାରରେ ପହଞ୍ଚତ୍ଛି।
ସେହିଭଳି ଭାରତ ଅଷ୍ଟ୍ରେଲିଆକୁ ଟେକ୍ସଟାଇଲ, କେମିକାଲ ଏବଂ ଏଗ୍ରିକଲଚର ପ୍ରଡକ୍ଟସ (କୃଷି ଉତ୍ପାଦ)ଭଳି ଅନେକ ସାମଗ୍ରୀ ରପ୍ତାନି କରିଥାଏ ବୋଲି ରବିବାର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ଏ ନେଇ ସୂଚନା ଦେଇଛନ୍ତି। ଏପରିକି ଏହି ସମୟ ମଧ୍ୟରେ ଦେଶର ବ୍ୟବସାୟୀ ଓ ବ୍ୟବସାୟ ଏକ ନୂଆ ମାଇଲଷ୍ଟୋନ ସହ ରପ୍ତାନି କ୍ଷେତ୍ରରେ ରେକର୍ଡ ହାସଲ କରିଛି, ବାର୍ଷିକଭିତ୍ତିରେ ରପ୍ତାନି ପରିମାଣ ୫.୨୧% ବୃଦ୍ଧି ପାଇ ୫.୫୬ ବିଲିୟନ ଡଲାରରେ ପହଞ୍ଚତ୍ଛି।
ସେହିପରି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତି ତଥା ଇକୋନମିକ କର୍ପୋରେଶନ ଆଣ୍ଡ ଟ୍ରେଡ ଏଗ୍ରିମେଣ୍ଟ (ଇସିଟିଏ) ଜରିଆରେ ବ୍ୟବସାୟିକ ରପ୍ତାନି କାରବାର ୨୦୨୨ ଡିସେମ୍ବରରୁ ହୋଇଆସୁଛି।

Share