ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲରୁ ନଭେମ୍ବର ମାସ ମଧ୍ୟରେ ଦେଶ ମଧ୍ୟରୁ ରପ୍ତାନି ୧୭.୮୪% ଖସିଛି। ସେହିଭଳି ସମାନ ଅବଧିରେ ଆମଦାନୀ ୩୩.୫୬% କମିଥିବା ବାଣିଜ୍ୟ ସଚିବ ଅନୁପ ଓ୍ବାଧଓ୍ବାନ ବୁଧବାର ସୂଚନା ଦେଇଛନ୍ତି। ସେହିଭଳି ଦେଶର ବାଣିଜ୍ୟ ନିଅଣ୍ଟ ମଧ୍ୟ କମିଥିବା ସେ କହିଛନ୍ତି। ଏହି ଅବଧିରେ ଫାର୍ମା ରପ୍ତାନି ୧୫% ବଢିଥିବା ବେଳେ ଚାଉଳ ୩୯% ଏବଂ ଲୁହା ପଥର ୬୨% ବଢିଛି। ୨୦୨୫ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ହାସଲ କରିବା ଲାଗି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଆହ୍ବାନ ଜଣାଇଛନ୍ତି। ବୋର୍ଡ ଅଫ୍ ଟ୍ରେଡ ମିଟିଂ ଅବସରରେ ସେ କହିଛନ୍ତି ଯେ, ଦେଶର ଅର୍ଥ ବ୍ୟବସ୍ଥାରେ ବର୍ତ୍ତମାନ ସୁଧାର ଆସୁଛି। ବିଶ୍ୱ ସ୍ତରୀୟ ସପ୍ଲାଇ ଚେନ୍ ଭାରତ ବଜାରକୁ ଆସିବାକୁ ବର୍ତ୍ତମାନ ଆଶା ପ୍ରକଟ କରୁଛନ୍ତି। ବିଭିନ୍ନ କ୍ଷେତ୍ରକୁ ସହାୟତା କରିବା ଲାଗି ସରକାର ନିରନ୍ତର କାର୍ଯ୍ୟକ୍ରମ ଜାରି କରିଛନ୍ତି। ଦେଶର ୨୪ ଶିଳ୍ପ କ୍ଷେତ୍ରକୁ ଚୟନ କରାଯାଇଛି। ଏଗୁଡିକ ୨୦ ଲକ୍ଷ କୋଟି ଟଙ୍କାର ମାନୁଫାକଚରିଂ ଯୋଡି ପାରିବେ ବୋଲି ଗୋୟଲ ମତ ରଖିଛନ୍ତି।