ନୂଆଦିଲ୍ଲୀ: ଚଳିତବର୍ଷ ଏପ୍ରିଲରେ ଦେଶ ମଧ୍ୟରୁ ରପ୍ତାନି ପ୍ରାୟ ୩ ଗୁଣ ବୃଦ୍ଧିପାଇ ୩୦.୨୧ ବିଲିୟନ ଛୁଇଁଛି। ଇଞ୍ଜିନିୟରିଂ, ଜେମ୍ସ ଆଣ୍ଡ ଜୁଏଲେରି, ପେଟ୍ରୋକେମିକାଲ ପ୍ରଡକ୍ଟରେ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଏହି ସମୟରେ ବାଣିଜ୍ୟ ନିୟଣ୍ଟ ୧୫.୨୪% ସ୍ତରରେ ରହିଥିବା ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଡାଟାରୁ ସାମ୍ନାକୁ ଆସିଛି। ଏପ୍ରିଲ ୨୦୨୦ରେ ମର୍ଚ୍ଚାଣ୍ଡାଇଜ ରପ୍ତାନି ୧୦.୧୭ ବିଲିୟନ ରହିଥିବା ବେଳେ ଏହି ସମୟରେ ବାଣିଜ୍ୟ ନିୟଣ୍ଟ ୬.୯୨ ବିଲିୟନ ଡଲାର ଥିଲା।