ମଦମୃତ୍ୟୁ ଘଟଣାର ପର୍ଦ୍ଦାଫାଶ୍‌: ମିଥାନଲ୍‌ ମିଶ୍ରିତ ସାନିଟାଇଜର ପିଇବା ଯୋଗୁ ହୋଇଥିଲା ମୃତ୍ୟୁ

ହାଇଦ୍ରାବାଦ୍‌, ୧୨।୮: ଆନ୍ଧ୍ରପ୍ରଦେଶରେ ଗତ ମାସରେ ଘଟିଥିବା ମଦମୃତ୍ୟୁ ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ପ୍ରକାଶମ୍‌ ଜିଲାର କୁରୁଚେଡୁରେ ଘଟିଥିବା ଏହି ଘଟଣାରେ ୧୬ ଜଣ ମୃତକ ମିଥାନଲ୍‌ ମିଶ୍ରିତ ସାନିଟାଇଜର ପିଇଥିବା ପୋଲିସ କହିଛି। ସେମାନେ ପରଫେକ୍ଟ ଗୋଲ୍ଡ ନାମକ ସାନିଟାଇଜର ପିଇଥିଲେ। ଏହି ସାନିଟାଇଜର ବିତରଣ କରିଥିବା ୧୦ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଏସ୍‌ପି ସିଦ୍ଧାର୍ଥ କୌଶଳ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କରୋନା ମହାମାରୀ ସଂକ୍ରମଣ ସଙ୍କଟ ସମୟରେ ଏଥିରୁ ଦୂରେଇ ରହିବା ପାଇଁ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ୯୦ ପ୍ରତିଶତ ଆଲକୋହଲ ଥିବା ସାନିଟାଇଜର କରୋନା ଭୂତାଣୁକୁ ନଷ୍ଟ କରିବାକୁ ସକ୍ଷମ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ତେବେ ମିଥାନଲ ମିଶ୍ରିତ ଆଲକୋହଲକୁ ପିଇଲେ ନିଶା ହେବ ବୋଲି କେତେକ ଭାବୁଛନ୍ତି। ତେଣୁ ସେମାନେ ମଦର ବିକଳ୍ପ ଭାବେ ଏହାକୁ ପିଉଥିବାରୁ ମଦମୃତ୍ୟୁ ଘଟଣା ବଢୁଥିବା କୁହାଯାଉଛି।

Share