Categories: ଜାତୀୟ

ତଙ୍ଗଧାରରେ ଅସ୍ତ୍ରଶସ୍ତ୍ର ଚୋରା କାରବାରର ପର୍ଦ୍ଦାଫାଶ୍‌

ଶ୍ରୀନଗର, ୧୩।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପାକିସ୍ତାନ ଲଗାତାର ଏଲ୍‌ଓସି ବାଟ ଦେଇ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣର ଉଦ୍ୟମ ଅବ୍ୟାହତ ରଖିଛି। ତଙ୍ଗଧାର ସେକ୍ଟରରେ ଅସ୍ତ୍ରଶସ୍ତ୍ର ଚୋରା କାରବାରର ପର୍ଦ୍ଦାଫାଶ୍‌ ହୋଇଛି। ଭାରତୀୟ ସେନା ଅସ୍ତ୍ରଶସ୍ତ୍ର ଚୋରା କାରବାର ପ୍ରୟାସକୁ ପଣ୍ଡ କରିଛନ୍ତି। ଭାରତୀୟ ସେନାଙ୍କ କଡ଼ା ପଦକ୍ଷେପ ଯୋଗୁ ଅସ୍ତ୍ରଶସ୍ତ୍ର ନେଇ ଆସୁଥିବା ସନ୍ଦିଗ୍ଧ ଖସି ପଳାଇଛନ୍ତି। ସେମାନେ ପାକିସ୍ତାନ ଅଧିକୃତ କଶ୍ମୀରରୁ ଆଣୁଥିବା ୫ପିସ୍ତଲ, ୧୦ ମାଗାଜିନ୍‌, ୧୩୮ ଗୁଳି ସହିତ ଗୋଳାବାରୁଦ ଜବତ ହୋଇଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share