ଗୁପ୍ତ ଅସ୍ତ୍ରଶସ୍ତ୍ର ଗୋଦାମର ପର୍ଦ୍ଦାଫାଶ୍‌…

କରାଚି, ୧୬।୧: ପାକିସ୍ତାନରେ ଏକ ଗୁପ୍ତ ଅସ୍ତ୍ରଶସ୍ତ୍ର ଗୋଦାମର ପର୍ଦ୍ଦାଫାଶ୍‌ ହୋଇଛି। ଏଠାରେ ଆଣ୍ଟି ଏୟାର କ୍ରାଫ୍ଟ ଗନ୍‌, ଷ୍ଟେନ୍‌ ଗନ୍‌, ରିଭରବଲ ଏବଂ ବିପୁଳ ପରିମାଣର ଗୁଳି ଜବତ ହୋଇଛି। ୧୨ ବର୍ଷ ତଳେ ଏସବୁ ଅସ୍ତ୍ରଶସ୍ତ୍ରକୁ ମାଟିରେ ପୋତି ଦିଆଯାଇଥିଲା ବୋଲି ସେଣ୍ଟ୍ରାଲ ଏସ୍‌ଏସ୍‌ପି ମଲିକ୍‌ ମୁର୍ତଜା ସୂଚନା ଦେଇଛନ୍ତି।

ବ୍ରିଟିଶ ସମୟର ଏକ ପୁରାତନ ଚାରିଟେବୁଲ ଟ୍ରଷ୍ଟରୁ ଏସବୁ ଜବତ ହୋଇଛି। ଅସ୍ତ୍ରଶସ୍ତ୍ର ଏଠାରେ ଲୁଚା ରଖାଯାଇଥିବା ଖବର ମିଳିବା ପରେ ତନାଘନା ଆରମ୍ଭ ହୋଇଥିବା ସିଟି ଏସ୍‌ଏସ୍‌ପି ସରଫରାଜ ନଓ୍ବାଜ୍‌ ଶେଖ୍‌ କହିଛନ୍ତି।

ଏସବୁ ନାଟୋ ମେଣ୍ଟର ଅସ୍ତ୍ରଶସ୍ତ୍ର ହୋଇଥିବା ସନ୍ଦେହ କରାଯାଉଛି। ଏସବୁ ବାଲୁଚି ବିଦ୍ରୋହୀଙ୍କର ହୋଇ ଥାଇପାରେ ବୋଲି ଆଶଙ୍କା କରାଯାଉଛି। ଏନେଇ ତଦନ୍ତ ଜାରି ରହିଛି।

Share