Categories: ଜାତୀୟ

ଏକ୍ସପ୍ରେସ୍‌ ଓ୍ବେ ୫ ଘଣ୍ଟା ପାଇଁ ବନ୍ଦ

ନୂଆଦିଲ୍ଲୀ,୬।୩: କୃଷି ଆଇନକୁ ବିରୋଧ କରି ଜାରି ରହିଥିବା ଚାଷୀ ସଂଗଠନଗୁଡ଼ିକର ଆନ୍ଦୋଳନ ଇତିମଧ୍ୟରେ ୧୦୦ ଦିନରେ ପହଞ୍ଚିଛି। ଏନେଇ ଦିଲ୍ଲୀ ଉପକଣ୍ଠରେ ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଶନିବାର କଳାଦିବସ ପାଳନ କରି ୫ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ହାତରେ ପୋଷ୍ଟର ଧରି ବିଭିନ୍ନ ସ୍ଲୋଗାନ ଦେଇ ଆନ୍ଦୋଳନକାରୀ ଚାଷୀମାନେ କୁଣ୍ଡଳି-ମାନେସର ପଲଓ୍ବାରା ଏକ୍ସପ୍ରେସ୍‌ ଓ୍ବେକୁ ବନ୍ଦ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବା ସହିତ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏଭଳି କରାଯିବ ବୋଲି ମିଳିତ କିଷାନ ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି।

Share