ଡେରାବିଶ, ୧୦ା୯(ସ୍ବ.ପ୍ର.): ଡେରାବିଶ ତହସିଲ ଅନ୍ତର୍ଗତ ଇନ୍ଦାଳୋ ପଞ୍ଚାୟତ ଦକ୍ଷିଣପାରି ଗଁାରେ ଶୁକ୍ରବାର ସରକାରୀ ଜାଗାକୁ ଜବରଦଖଲ କରି ଅଜୟ ଦାସଙ୍କ ବାସଗୃହ ଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ସୁଜିତ କୁମାର ସ୍ବାଇଁ ଜବରଦଖଲ ଗୃହକୁ ଉଚ୍ଛେଦ କରିଛନ୍ତି। ଦକ୍ଷିଣପାରି ଗଁାର ଅଜୟ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗୋଚର ଜାଗାକୁ ଜବରଦଖଲ କରି ଦୀର୍ଘଦିନ ହେବ ଏକ ବାସଗୃହ ନିର୍ମାଣ କରି ସେଠାରେ ରହୁଥିଲେ। ଏ ସମ୍ପର୍କରେ ଗ୍ରାମର ଅଶୋକ କୁମାର ଲେଙ୍କା ନାମକ ଜଣେ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମଧ୍ୟାହ୍ନରେ ଅତିରିକ୍ତ ତହସିଲଦାର ସ୍ବାଇଁ ସ୍ଥାନୀୟ ସର୍କଲର ରାଜସ୍ବ ନିରୀକ୍ଷକଙ୍କୁ ଉପସ୍ଥିତିରେ ପୋଲିସ ଟିମ ସହ ଜବରଦଖଲରେ ଥିବା ଅଜୟଙ୍କ ଘରକୁ ଭାଙ୍ଗି ଦେଇଥିଲେ।