୧୩ ତାରିଖ ପରୀକ୍ଷା ୨୪ରେ ହେବ

ସମ୍ବଲପୁର,୧୧ା୧(ପ୍ରମୋଦ ବହିଦାର): ସମ୍ବଲପୁର ମନ୍ଦଲିଆ ପଡ଼ିଆରେ ଶନିବାର ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ) ସମେତ ଜିଲାର ୭୦ ଶିକ୍ଷାନୁଷ୍ଠାନର ପ୍ରାୟ ୧୦,୪୦୦ ଛାତ୍ରୀଛାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଜିଏମ୍‌ୟୁରେ ହେବାକୁ ଥିବା କଳା, ବିଜ୍ଞାନ, ବାଣିଜ୍ୟ, ଶିକ୍ଷା ବିଭାଗର ସ୍ନାତକ, ବିବିଏ, ଆଇଏସ୍‌ଟି ତୃତୀୟ ସେମିଷ୍ଟର ପରୀକ୍ଷାକୁ ବାତିଲ କରାଯାଇଛି। ସେହିପରି ବିଏ ଓ ବିଏସ୍‌ସି ଶିକ୍ଷାର ସପ୍ତମ ସେମିଷ୍ଟର ଏବଂ ସ୍ନାତକତ୍ତୋର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ତୃତୀୟ ସେମିଷ୍ଟର ପରୀକ୍ଷା ସହିତ ଏମ୍‌ସିଏ, ଏମ୍‌ବିଏ ଓ ଏମ୍‌ବିଏ (ଏଫ୍‌ଏମ୍‌)ର ତୃତୀୟ ସେମିଷ୍ଟର ପରୀକ୍ଷାର ଉଭୟ ପ୍ରଥମ ଓ ଦ୍ୱିତୀୟ ସିଟିଂକୁ ବାତିଲ କରାଯାଇଛି।

ଏହି ପରୀକ୍ଷା ଆସନ୍ତା ୨୪ ତାରିଖରେ ଦୁଇଟି ସିଟିଂ ଯଥାକ୍ରମେ ୯ଟା ୩୦ରୁ ୧୨ଟା ୩୦ ଓ ୧ଟା ୩୦ ମିନିଟରୁ ୪ଟା ୩୦ ମିନିଟ ମଧ୍ୟରେ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ନମ୍ବର ୧୧୪୦୩/୧୦ା୦୧ା୨୦୨୪ରେ ନିର୍ଦ୍ଦେଶନାମା ଜାରି କରାଯାଇଛି।

Share