Categories: ଜାତୀୟ

‘ଅଗ୍ନିପଥ’ଯୋଜନାର ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ: ମମତା

କୋଲକାତା,୨୭।୬: ‘ଅଗ୍ନିପଥ’ଯୋଜନାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ବିରୋଧ କରାଯାଉଛି। ଏହାରି ମଧ୍ୟରେ ଅଗ୍ନିପଥ ଯୋଜନାରେ ଥିବା ଚାକିରି କାଳ ୬୫ ବର୍ଷକୁ ବୃଦ୍ଧି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି । ମମତା କହିଛନ୍ତି, ୪ ବର୍ଷ ପରେ ଅଗ୍ନିବୀରଙ୍କ ଭବିଷ୍ୟତ ଅନିଶ୍ଚିତ। ତେଣୁ ସେମାନଙ୍କ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ। ମୁଖ୍ୟମନ୍ତ୍ରୀ ବାନାର୍ଜୀ ଏହା ମଧ୍ୟ କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ନୂତନ ଅଗ୍ନିପଥ ନିଯୁକ୍ତି ଯୋଜନା ଆରମ୍ଭ କରିଛନ୍ତି। ତେବେ ଅଗ୍ନିପଥ ଯୋଜନାରେ ୪ ମାସ ତାଲିମ ଦେବେ ଓ ପରେ ସେମାନେ ୪ ବର୍ଷ ପାଇଁ ଚାକିରି କରିବେ। ଏହି ୪ ବର୍ଷ ପରେ ଏହି ସୈନ୍ୟମାନେ କଣ କରିବେ ବୋଲି ମମତା ପ୍ରଶ୍ନ କରିଛନ୍ତି। ସେମାନଙ୍କ ଭବିଷ୍ୟତ କଣ ହେବ। ତାହା ସମ୍ପୂର୍ଣ୍ଣ ଅନିଶ୍ଚିତତା । ତେଣୁ ଉକ୍ତ ଯୋଜନାରେ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ ବୋଲି ମମତା କହିଛନ୍ତି।

Share