ବଢିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି

ଭୁବନେଶ୍ବର,୩୦।୯(ବ୍ୟୁରୋ): ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧିକୁ ବୃଦ୍ଧି କରାଯିବ। ଏ ସମ୍ପର୍କିତ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ଆଉ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଶୁକ୍ରାର ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ। ଏଥିସହ ସ୍ଲଟ ବୁକିଂ ପାଇଁ ପ୍ରବଳ ଭିଡ ହେଉଥିବାରୁ ପୋଷ୍ଟ ଅଫିସ, ଜନସେବା କେନ୍ଦ୍ରକୁ ସାମିଲ ପାଇଁ ପ୍ରସ୍ତାବ ଦିଆଯାଇଛି । ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି। ୧,୨,୩,୪ ନମ୍ବର ପ୍ଲେଟ୍‌ ପାଇଁ ଆଜି ଡେଡଲାଇନ୍‌ ଥିଲା।

Share