ଜି.ଉଦୟଗିରି,୩୧ା୧୦(ଡି.ଏନ.ଏ.)-ଜି.ଉଦୟଗିରିରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି। ସୋମବାର ମଧ୍ୟ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରେକର୍ଡ କରାଯାଇଛି ବୋଲି ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଅକ୍ଷୟ କୁମାର ସେଠୀ କହିଛନ୍ତି। ଶୀତକୁ ଦୃଷ୍ଟିରେ ରଖି ଜି.ଉଦୟଗିରି ଏନ୍ଏସି ତରଫରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଶୀତ କାଳୀନ ରାତ୍ର ଆଶ୍ରୟସ୍ଥଳୀ ସୋମବାର ଖୋଲାଯାଇଛି ବୋଲି ଏନ୍ଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଢଙ୍ଗୀ କହିଛନ୍ତି। ଅନ୍ୟପଟେ ଭୀଷଣ କୁହୁଡ଼ି ଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଛି।