ବି.ଏଡ୍‌‌.ରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି

ଭୁବନେଶ୍ୱର,୨।୬: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ବି.ଏଡ୍‌‌.ରେ ନାମଲେଖା ପାଇଁ ଆବେଦନ ସମୟସୀମା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଏନେଇ ଜାତୀୟ ଶିକ୍ଷକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ଅନୁଷ୍ଠାନ – ଏନ୍‌‌.ସି.ଇ.ଆର୍‌‌.ଟି. ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଆବେଦନର ସମୟ ସୀମା ମଇ ୩୧ ତାରିଖ ପର୍ଯ୍ୟନ୍ତ ଥିଲା । ଛାତ୍ରଛାତ୍ରୀମାନେ ଏନ୍‌‌.ସି.ଇ.ଆର୍‌‌.ଟି. ୱେବ୍‌‌ସାଇଟ୍‌‌ www.cee.ncert.gov.in ରୁ ଆବେଦନ ସଂକ୍ରାନ୍ତ ଅଧିକ ସୂଚନା ଜାଣିପାରିବେ ।

ଅନ୍ୟପଟେ ରାଜ୍ୟରେ ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ପାଇଁ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ଏକାଦଶ ଶ୍ରେଣୀ ନିମନ୍ତେ ଆସନ୍ତା ୭ ତାରିଖରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ନାମଲେଖାପାଇଁ ଅନ୍‌‌ଲାଇନ୍‌‌ ସାମ୍‌‌ସ ପୋର୍ଟାଲ୍‌‌ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ । ନାମଲେଖାର ସମସ୍ତ ପ୍ରକ୍ରିୟା ସାମ୍‌‌ସ ୱେବ୍‌‌ସାଇଟରେ କରାଯିବ ।