ବୃଦ୍ଧି ପାଇଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଛାତ୍ରବୃତ୍ତି ଯୋଜନା ଆବେଦନ ଅବଧି

ଭୁବନେଶ୍ୱର,୧୫।୧: ରାଜ୍ୟରେ ଉଚ୍ଚଶିକ୍ଷା କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଛାତ୍ରବୃତ୍ତି ଯୋଜନା ଆବେଦନ ଅବଧି ବୃଦ୍ଧି ପାଇଛି । ଏହି ଆବେଦନ ପ୍ରକ୍ରିୟା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଇ-ମେଧାବୃତ୍ତି ସ୍କଲାର୍‌‌ସିପ୍‌‌, ବ୍ୟାସକବି ଫକୀରମୋହନ ମେଧା ଭାଷାବୃତ୍ତି ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାକୁ ଗୋଟିଏ ୱେବ୍‌‌ସାଇଟ୍‌‌ www.schlorship.odisha.gov.in ରେ ଆବେଦନ କରିପାରିବେ।

ଏହି ଯୋଜନା ଦ୍ୱାରା ପ୍ରାକ ଏବଂ ପରବର୍ତ୍ତୀ ଦଶମ ଶ୍ରେଣୀର ଆବାସିକ ଶିକ୍ଷା ଓ ଛାତ୍ରବୃତ୍ତି ପାଉଥିବା ଛାତ୍ରଛାତ୍ରୀ ଉପଯୁକ୍ତ ହୋଇପାରିବ । ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ରେ ମାଟ୍ରିକ ପରବର୍ତ୍ତୀ ପାଠ ପଢିବାକୁ ଚାହୁଁଥିବା ଅନୁସୁଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା ଏବଂ ବୃତ୍ତିଗତ ଶିକ୍ଷା ପାଇଁ ଛାତ୍ରବୃତ୍ତିରେ ସହାୟକ ହେବ।

ରାଜ୍ୟର ଅଗ୍ରଣୀ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ ମାନଙ୍କରେ “ଅନ୍ବେଷା” ଯୋଜନାରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୩-୨୪ ପାଇଁ ୧୨୪ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ କରାଯାଇଛି । ଏହି ଟଙ୍କା ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଏବଂ ପାଠପଢାରେ ଖ କରାଯିବ । ସେହି ଭଳି “ଆକାଂକ୍ଷା” ଯୋଜନାରେ ସହରାଂଚଳରେ ରହି ପାଠ ପଢୁଥିବା ଅନୁସୁଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୪ କୋଟି ଟଙ୍କାର ବଜେଟ ପ୍ରସ୍ତାବ ରଖାଯାଇଛି ।

Share