Categories: ବାଣିଜ୍ୟ

ଦିନେଶ ଖାରାଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର, ୬।୧୦:ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ)ର ଚେୟାରମ୍ୟାନ ଦିନେଶ ଖାରାଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଆସନ୍ତା ବର୍ଷ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଖାରା ୨୦୨୪ ଅଗଷ୍ଟ ପର୍ଯ୍ୟନ୍ତ ଉକ୍ତ ପଦବୀ ସମ୍ଭାଳିବେ ବୋଲି କୁହାଯାଇଛି। ବିଶେଷ କରି ଖାରାଙ୍କୁ ଆସନ୍ତା ବର୍ଷ ୬୩ ବର୍ଷ ମଧ୍ୟ ହେଉଛି। ତେବେ ଅବଧି ବୃଦ୍ଧି ସମ୍ବନ୍ଧରେ ଖୁବ୍‌ଶୀଘ୍ର ଆଦେଶ ଜାରି କରାଯାଇପାରେ ବୋଲି ବିସ୍ତୃତ ସୂତ୍ରରୁ ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ,ବର୍ତ୍ତମାନର ନିୟମ ଅନୁଯାୟୀ ଏସ୍‌ବିଆଇ ଚେୟାରମ୍ୟାନଙ୍କୁ ୬୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ଦିଆଯାଇଥାଏ। କିନ୍ତୁ ଖାରା ଆସନ୍ତା ବର୍ଷ ଅଗଷ୍ଟ ବେଳକୁ ଏହି ବୟସରେ ପହଞ୍ଚତ୍ୟିବେ। ଖାରା ୨୦୨୦ ଅକ୍ଟୋବର ୭ରେ ୩ ବର୍ଷ ପାଇଁ ଏସ୍‌ବିଆଇର ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ ହୋଇଥିଲେ। ମହାମାରୀ ସମୟରେ ସେ ଏସ୍‌ବିଆଇର ଅଧ୍ୟକ୍ଷ ଭାବେ ଯୋଗଦେଇଥିଲେ। ଅପରପକ୍ଷରେ ଏସ୍‌ବିଆଇ ଅଧ୍ୟକ୍ଷ ଭାବେ ଓପି ଭଟ୍ଟ ଏବଂ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ କାର୍ଯ୍ୟକାଳ ମଧ୍ୟ ୪ରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବଢିଥିଲା, ଯେତେବେଳେକି ଖାରାଙ୍କ ପୂର୍ବରୁ ରାଜନୀଶ କୁମାରଙ୍କ କାର୍ଯ୍ୟକାଳ ୩ ବର୍ଷ ହିଁ ରହିଥିଲା।

Share