କେନ୍ଦୁଝର, ୬।୧୨ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଜଓ୍ବାଦ ବାତ୍ୟାର ପ୍ରଭାବରେ କୋହଲା ପାଗ ସାଙ୍ଗକୁ ସାମାନ୍ୟ ବର୍ଷା ହୋଇଛି। ଜିଲାରେ ସେଭଳି କାୈଣସି କ୍ଷୟକ୍ଷତି ଘଟି ନାହିଁ। କିନ୍ତୁ ବ୍ୟାପକ ଫସଲ ପ୍ରଭାବିତ ହୋଇଛି। ତେବେ ବର୍ଷା ଯୋଗୁ ଧାନ କାଟି ବିଲରେ ରଖିଥିବା ଅନେକ ଚାଷୀ ବିଭିନ୍ନ କାରଣରୁ ସୁରକ୍ଷିତ ସ୍ଥାନକୁ ଆଣି ପାରି ନ ଥିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ ଏନେଇ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲେ ହେଁ ଅନେକ ଚାଷୀ ଲୋକ ଅଭାବରୁ ଧାନ ଘରକୁ ଆଣିପାରିନାହନ୍ତି ଏବଂ ଅର୍ଥାଭାବରୁ ଘୋଡାଇବା ବ୍ୟବସ୍ଥା କରିପାରିନାହାନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀ ମାନେ ନିବେଦନ କରିଛନ୍ତି। ଏହା ଛଡା କୋହଲା ପାଗ ଯୋଗୁ ଶୀତର ପ୍ରକୋପ ଲାଗି ରହିଛି। ପ୍ରକାଶ ଯେ, ଗତ ଶନିବାର ଜିଲାରେ ସମୁଦାୟ ୬୭.୭ ମିମି ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ହରିଚନ୍ଦନପୁର ବ୍ଲକରେ ୧୩.୬ ମିମି ବର୍ଷା ହୋଇଥିବା ବେଳେ, ତେଲକୋଇ ବ୍ୟତୀତ ଅନ୍ୟ ସବୁ ୧୩ଟି ବ୍ଲକରେ ବର୍ଷା ରେକର୍ଡ ହୋଇଛି।