ସମ୍ବେଦନଶୀଳ ବୁଥ୍‌ ଚି଼ହ୍ନଟ, ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ବନ୍ଦୋବସ୍ତ

ଗଞ୍ଜାମ,୧୧।୨(ଡି.ଏନ୍‌.ଏ.): ଆସନ୍ତା ୨୦ରେ ଗଞ୍ଜାମ ବ୍ଲକରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ l ଏହି ବ୍ଲକ ୧୫ ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ଦୁଇଟି ଜିଲାପରିଷଦ ଜୋନ୍‌ ରହିଛି l ମୋଟ ଭୋଟର ସଂଖ୍ୟା ୭୪,୬୯୩ l ଶୃଙ୍ଖଳିତ ନିର୍ବାଚନ ପାଇଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି l ଏହି ପରିପ୍ରେକ୍ଷୀରେ ଅଗସ୍ତି ନୂଆଗାଁ, ଯୁଡିଏସପୁର, କରପଡା, ମଲାଡ଼ ଆଦି ପଞ୍ଚାୟତର କିଛି ବୁଥ୍‌କୁ ସମ୍ବେଦନଶୀଳ ଭାବେ ଚି଼ହ୍ନଟ କରିଛନ୍ତି ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ l ଏଥିପାଇଁ ସମ୍ବେଦନଶୀଳ ବୁଥ୍‌ଗୁଡିକ ଅଞ୍ଚଳର ଆଗଧାଡିର ନେତା ଓ କର୍ମୀଙ୍କୁ ଡାକି ଥାନା ଆଇଆଇସି ସାହୁ ବୈଠକ କରି ତାଗିଦ କରୁଛନ୍ତି l