Categories: ଜାତୀୟ

ଏସ୍ ଜୟଶଙ୍କର କରୋନା ପଜିଟିଭ

ନୂଆଦିଲ୍ଲୀ,୨୭ ।୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ୍ ଜୟଶଙ୍କର କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହା ସହ ନିକଟ ଅତିତରେ ତାଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନେ ସମସ୍ତେ କରୋନା ଟେଷ୍ଟ କରାଇ ନେବାକୁ ସେ କହିଛନ୍ତି । ଏହାସହ ସମସ୍ତେ ସତର୍କତା ଅମଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଦେଶରେ ଏବେ କରୋନା ସଂକ୍ରମଣ ବେଳକୁ ବେଳ କମ୍ ହେଉଥିବା ବେଳେ ଏପଟେ କିନ୍ତୁ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲଗିଛି । ଯାହା ଚିନ୍ତାର କାରଣ ପାଲଟିଛି ।

Share