ନୂଆଦିଲ୍ଲୀ,୧୪ା୪: ମୋଜାମ୍ବିକ୍ ଗସ୍ତରେ ଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ସେଠାରେ ଭାରତ ନିର୍ମିତ ଟ୍ରେନ୍ରେ ଯାତ୍ରା କରିଛନ୍ତି। ତାଙ୍କ ସହ ମୋଜାମ୍ବିକ୍ର ପରିବହନ ମନ୍ତ୍ରୀ ମାଟେଅସ୍ ମାଗାଲା ଏବଂ ଆଇଆଇଟିଇଏସ୍ର ସିଏମ୍ଡି ରାହୁଲ ମିତ୍ତଲ ମାପୁଟୋରୁ ଟ୍ରେନ୍ରେ ଯାତ୍ରା କରିଥିଲେ। ମୋଜାମ୍ବିକ୍ରେ ଟ୍ରେନ୍ ନେଟ୍ଓ୍ବର୍କ, ବୈଦ୍ୟୁତିକ ଗମନାଗମନ ଏବଂ ଜଳପଥ ସଂଯୋଗ ବୃଦ୍ଧି ନେଇ ଜୟଶଙ୍କର ମୋଜାମ୍ବିକ ପରିବହନ ମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିବା ଜଣାପଡିଛି।