ବାହ୍ୟ ମଳମୁକ୍ତ ଗାଁ ଯୋଜନା ବାଟବଣା

ପଟ୍ଟାମୁଣ୍ଡାଇ,୬ା୯(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସ୍ବଚ୍ଛ ଭାରତ ଅଭିଯାନ ପୂରା ଫେଲ୍‌ ମାରିଛି। ଏଠାରେ ଥିବା ଅଧିକାଂଶ ଗଁାଗୁଡ଼ିକ ଅଳିଆ ଆବର୍ଜନାରେ ଭରପୂର ହୋଇ ପଡିରହିଛି। ଫଳରେ ବର୍ତ୍ତମାନ ଅନେକ ଗ୍ରାମବାସୀ ଝାଡା, ବାନ୍ତି ଓ ଡେଙ୍ଗୁ ଜ୍ୱରରେ ପଡି ଘାଣ୍ଟି ହେଉଛନ୍ତି। ଏ ନେଇ କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ତାହା ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କ ବେପରୁଆ ନୀତି ଯୋଗୁ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ଫଳରେ ବାହ୍ୟ ମଳମୁକ୍ତ ଗ୍ରାମ ଯୋଜନା ବାଟବଣା ହୋଇଛି।
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ବାହ୍ୟ ମଳମୁକ୍ତ ଯୋଜନା ଠିକ୍‌ ଭାବେ ଚାଲିନାହିଁ। ବ୍ଲକର ପ୍ରତ୍ୟେକ ଗଁାଗୁଡିକୁ ବାହ୍ୟ ମଳମୁକ୍ତ କରିବା ଦିଗରେ ସ୍ବଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପାଇଖାନା ତିଆରି କରାଗଲା। ଶୌଚାଳୟ ନିର୍ମାଣ ଶେଷ ହୋଇଥିବାରୁ ଗାଁକୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇ ଫଳକ ମରାଯାଇଛି। ହେଲେ ବାସ୍ତବ ଚିତ୍ର ଅଲଗା, ଗଁା ମୁଣ୍ଡକୁ ଗଲେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଗଁା ମୁଣ୍ଡ ରାସ୍ତାକଡ଼, ପୋଖରୀ କୂଳ, କେନାଲ ରାସ୍ତାରେ ଲୋକେ ମଳ ତ୍ୟାଗ କରୁଛନ୍ତି। ଗଁା ଗଁାରେ ଲୋକେ ରୋଗ ମୁକ୍ତ ହୋଇ ବଞ୍ଚତ୍ ରହିବାକୁ ପାଇଖାନା ନିର୍ମାଣ କରାଗଲା। ହେଲେ କେତେକ ସ୍ଥାନରେ ପାଇଖାନା ଭାଙ୍ଗି ଯାଇଥିବା ବେଳେ ଏହାର ଅପବ୍ୟବହାର କରାଯାଉଛି। ହେଲେ ପାଇଖାନାର ଠିକ୍‌ ବ୍ୟବହାର କରିବା ଜାଗାରେ ଏଠି ତା’ର ଓଲଟା ପ୍ରତିଫଳନ ଦେଖିବାକୁ ମିଳିଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଗଁାରେ ନିର୍ମାଣ ହୋଇଥିବା ପାଇଖାନା ଅତ୍ୟନ୍ତ ନିମ୍ନମାନର କାମ ଯୋଗୁ ବ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ। ଫଳରେ ମଳତ୍ୟାଗ ବା ଶୌଚକ୍ରିୟା ପାଇଁ ଲୋକେ ପୂର୍ବଭଳି ବାହାରକୁ ଯାଉଛନ୍ତି। ସରକାର ୧୨ ହଜାର ଟଙ୍କା ଦେଉଥିବା ବେଳେ ଅଧା ଅର୍ଥ ବି ଖର୍ଚ୍ଚ ହୋଇ ନ ଥିବା ଦର୍ଶାଇଛନ୍ତି ଉପଭୋକ୍ତା। ଶୌଚାଳୟ ତିଆରି ବେଳେ ମଧ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ବହୁତ ଅର୍ଥ ହଡ଼ପ ହେବା ଅଭିଯୋଗ ରହିଛି। ଉପଭୋକ୍ତାଙ୍କ ନଁା ଏବଂ ଦସ୍ତଖତରେ ଲୁଟ ହୋଇଛି ଲକ୍ଷ ଲକ୍ଷ ଟଙ୍କା। ଏହାର ବିଧିବଦ୍ଧ ତଦନ୍ତ କରି ଦୁର୍ନୀତିର ପର୍ଦ୍ଦାଫାଶ କରାଯିବା ଦରକାର। ଆଇନଜୀବୀ ପ୍ରମୋଦ ସାହୁ କୁହନ୍ତି, ପଟ୍ଟମୁଣ୍ଡାଇ ଅଞ୍ଚଳରେ ପ୍ରତ୍ୟେକ ପରିବାରରେ ଶୌଚାଳୟ ନିର୍ମାଣ ଶେଷ ହୋଇଥିବା ନେଇ ବିଭାଗ ପକ୍ଷରୁ ୨୦୨୦ ମସିହାରେ ଗାଁକୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇ ଫଳକ ମରାଯାଇଛି। ମାତ୍ର ଶୌଚାଳୟ ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ଲୋକେ ବାହାରେ ମଳ ତ୍ୟାଗ କରୁଛନ୍ତି। ଯେଉଁଠି ପାଇଖାନାର ବ୍ୟବହାର ହେଉନି ସେଠାରେ କିପରି ଜଳ ଓ ପରିମଳ ବିଭାଗ ପକ୍ଷରୁ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ଘୋଷଣା କରି ବୋର୍ଡ ଲଗାଗଲା ତାହା ଏବେ ସବଠୁ ବଡ ପ୍ରଶ୍ନବାଚୀ ଛିଡା କରିଛି। ଗାଁରେ ନିର୍ମାଣ ହୋଇଥିବା ପାଇଖାନା ବ୍ୟବହାର ହେଉଛି ନା ଅପବ୍ୟବହାର କରାଯାଉଛି ତାହା ଦେଖିବାକୁ କାହା ପାଖରେ ସମୟ ନାହିଁ। ତେଣୁ ପାଇଖାନା ବାବଦକୁ କେତେ ଓ ବୋର୍ଡ ଲଗାଯିବା ପାଇଁ ସରକାରଙ୍କ କେତେ ଅର୍ଥ ନଷ୍ଟ ହୋଇଛି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସବୁ କିଛି ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋପ ପାଉଛି ପାରମ୍ପରିକ ଚାଷ, କଳାହାଣ୍ଡି ଜିଲା ହରାଉଛି ଜୈବ ବିବିଧତା

ଭବାନୀପାଟଣା,୧୮।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ପାରମ୍ପରିକ ଚାଷ ଓ ବିହନ କିସମ ଲୋପ ପାଇବାରେ ଲାଗିଥିବା ବେଳେ...

୨୫ ବର୍ଷ ପରେ ଖୋଲିଲା ପାଠାଗାର

ଦିଗପହଣ୍ଡି,୧୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରେ ୧୯୪୬ରେ ସ୍ଥାପିତ ରାଧାନାଥ ପାଠାଗାର ପରିଚାଳନାଗତ ଅବ୍ୟବସ୍ଥାରୁ ବହୁବର୍ଷ ଧରି ବନ୍ଦ ରହିଥିଲା।...

ମେଗାଲିଫ୍ଟରୁ ଜଳସେଚନ ନ ହେଲେ ଆନ୍ଦୋଳନ

କୋକସରା,୧୮।୧୧: (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)-ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଆସନ୍ତା ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ମେଗାଲିଫ୍ଟ କୁସୁମଖୁଣ୍ଟି କାର୍ଯ୍ୟାଳୟରୁ ବିଭାଗୀୟ...

ପାଇପ୍‌ ଫାଟି ଡ୍ରେନରେ ମିଶୁଛି ପାନୀୟ ଜଳ

କୋକସରା,୧୮।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ସଦର ମହକୁମା କୋକସରା ଗ୍ରାମ ପଞ୍ଚାୟତ କୋକସରାରେ ପାନୀୟ ଜଳ ଯୋଗାଣ ହେଉଥିବା ପାଇପ ଅନେକ...

ଟ୍ରାଫିକ କନ୍‌ଷ୍ଟେବଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ

ବାରିପଦା,୧୮।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଏମ୍‌ପିକେ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ରବିବାର ଟ୍ରାଫିକ କନ୍‌ଷ୍ଟେବଲ-୨୦୨୪ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା...

ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର,୧୮ା୧୧(ବାଞ୍ଛାନିଧି ଦେ): ଭାରତକୁ ମିଳିଛି ଐତିହାସିକ ସଫଳତା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ଦେଶର ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର...

ଶୀତରେ ଥରୁଛି ଜି.ଉଦୟଗିରି

ଜି.ଉଦୟଗିରି,୧୮ା୧୧(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲାର ଜି.ଉଦୟଗିରି ସହର ପ୍ରବଳ ଶୀତରେ ଥରୁଛି। ରବିବାର ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ଜି.ଉଦୟଗିରି କୃଷି...

ଗୋ’ ବନ୍ଧ୍ୟା ନିରାକରଣ ପାଇଁ ପ୍ରହସନ ପାଲଟିଛି ପ୍ରାଣୀ ଚିକିତ୍ସା ଶିବିର, ହାତ ଗଣତି ଚାଷୀଙ୍କୁ ନେଇ…

ଦାରିଙ୍ଗବାଡ଼ି,୧୮ା୧୧(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ପ୍ରାଣୀଧନର ବିକାଶ ପାଇଁ ବିଶେଷକରି ଗୋ’ସୁରକ୍ଷା ତଥା ସୁସ୍ଥ ରଖିବା ଓ ସୁସ୍ଥ ଛୁଆ ଜନ୍ମ କରିବା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri