ବାହ୍ୟ ମଳମୁକ୍ତ ଗାଁ ଯୋଜନା ବାଟବଣା

କେନ୍ଦ୍ରାପଡ଼ା,୨୪ା୭(ଜଗନ୍ନାଥ ଧଳ): କେନ୍ଦ୍ରପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଫେଲ୍‌ ମାରିଛି କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ପରିମଳ ଯୋଜନା। ପାଇଖାନା ନିର୍ମାଣ ନ ହୋଇ ଲକ୍ଷାଧିକ ଟଙ୍କା ପୁରସ୍କାର ଅର୍ଥ ଆତ୍ମସାତ୍‌ ହୋଇଛି। ଗାଁ ମୁଣ୍ଡରେ ବାହ୍ୟ ମଳମୁକ୍ତ ଅଞ୍ଚଳ ବୋଲି ଘୋଷଣା କରାଯାଇ ସବୁଆଡେ ଫଳକ ମରାଯାଇଛି। ଅଧିକାଂଶ ଗାଁରେ ପାଇଖାନା ନିର୍ମାଣ ହୋଇ ନ ଥିବା ବେଳେ କାଗଜକଲମରେ ସବୁ କିଛି ଠିକ୍‌ ଚାଲିଥିବା କୁହାଯାଇଛି।
ସାମାଜିକ କର୍ମୀ ଜ୍ୟୋତି ପ୍ରକାଶ ପ୍ରଧାନ କହିଛନ୍ତି, ପ୍ରାୟ ୯ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଯାହାର ଉଦ୍ଦେଶ୍ୟ ଥିଲା ମହାତ୍ମା ଗାନ୍ଧୀଙ୍କ ପ୍ରତି ତାଙ୍କର ୧୫୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ସ୍ବରୂପ ଦେଶକୁ ବାହ୍ୟ ମଳମୁକ୍ତ କରିବା। ଏ ନେଇ ସ୍ବଚ୍ଛ ପରିମଳ ଯୋଜନା ଅନୁଯାୟୀ, ସମସ୍ତ ପରିବାରରେ ପାଇଖାନା ନିର୍ମାଣ କରିବାକୁ ଘୋଷଣା କରିଥିଲେ। ଯେଉଁ ହିତାଧିକାରୀ ପାଇଖାନା ନିର୍ମାଣ କରିବେ ତାଙ୍କୁ ୧୨ ହଜାର ଟଙ୍କା ଲେଖାଏ ପୁରସ୍କାର ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ସେହି ଅନୁଯାୟୀ, ୨୦୧୩ରୁ କେନ୍ଦ୍ରାପଡ଼ା ଜିଲା ପଟ୍ଟମୁଣ୍ଡାଇ ବ୍ଲକର ୩୧ଟି ପଞ୍ଚାୟତର ୧୫୩ ଗ୍ରାମରେ ପାଇଖାନା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ଏବଂ କର୍ମଚାରୀମାନେ ଦାୟିତ୍ୱ ନେଇ ଗାଁକୁ ଗାଁ ବୁଲି ପାଇଖାନା କାର୍ଯ୍ୟର ତଦାରଖ କରିଥିଲେ। କିନ୍ତୁ ଇତିମଧ୍ୟରେ ୯ ବର୍ଷ ବିତିଯାଇଥିଲେ ମଧ୍ୟ ପାଇଖାନା ନିର୍ମାଣ କାର୍ଯ୍ୟ ଶେଷ ନ ହୋଇ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଗାଁ ମୁଣ୍ଡରେ ବାହ୍ୟ ମଳମୁକ୍ତ ଫଳକ ଲଗାଯାଇଛି। ଏବେ ବି ଲୋକେ ବାହାରେ ମଳ ତ୍ୟାଗ କରୁଛନ୍ତି।
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ, କ୍ଷୀରୋଦ ମଲ୍ଲିକ, ଆଇନଜୀବୀ ପ୍ରମୋଦ ସାହୁ ପ୍ରମୁଖ କୁହନ୍ତି, ପ୍ରଥମେ ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରୁଥିବା ବେଳେ ପରେ ଟାର୍ଗେଟ ପୂରଣ ଆଶାରେ ବ୍ଲକ ପ୍ରଶାସନ ଓ ପରିମଳ ବିଭାଗ ପାଇଖାନା ନିର୍ମାଣ ଦାୟିତ୍ୱ ବାହାର ଠିକାଦାରଙ୍କ ହାତରେ ଟେକି ଦେଲେ। ପୁରସ୍କାର ଅର୍ଥ ୧୨ହଜାର ଟଙ୍କାରେ ଠିକାଦାର ପାଇଖାନା ନିର୍ମାଣ କଲେ। ସେଥିରୁ ଲାଭ ଉଠାଇବା ଆଶାରେ ନିମ୍ନମାନର ବ୍ୟବହାର ଅନୁପଯୋଗୀ ପାଇଖାନା ନିର୍ମାଣ କରି ଟାର୍ଗେଟ ପୂରଣ କଲେ। ପରେ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରାଯିବା ସହିତ ଫଳକ ଲଗାଇ ଦିଆଗଲା। ନିର୍ମାଣ ହୋଇଥିବା ପାଇଖାନା ମଧ୍ୟରୁ ଅଧିକାଂଶ ସ୍ଥାନରେ ଯନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ଠିକାଦାରଙ୍କ ମାଧ୍ୟମରେ ନିମ୍ନମାନର କାମ ହୋଇଥିଲା। ଫଳରେ ତାହା ବ୍ୟବହାର ଅନୁପଯୋଗୀ ହୋଇ ମାଟିରେ ମିଶିଛି। ବାହାରକୁ ଦେଖିବାକୁ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ କରାଯାଇଛି। ହେଲେ ପାଇଖାନା ଭିତରକୁ ଗଲେ ଅଲଗା। ପ୍ୟାନ ସଂଯୋଗ ହୋଇନାହିଁ କି ମଳ ପାଇଁ ଟାଙ୍କି, ଭିତର ଅଳିଆ ହୋଇ ପଡ଼ି ରହିଛି। ପାଇଖାନା କାନ୍ଥରେ ସ୍ବଚ୍ଛ ଭାରତ ମିଶନ ଲେଖାଯାଇଛି। ଏହାପରେ ହିତାଧିକାରୀଙ୍କ ନାମରେ ପୁରସ୍କାର ଅର୍ଥ ୧୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ହେଲେ ଲୋକମାନେ ପାଇଖାନା ଭିତରେ ବର୍ଷାଦିନ ପାଇଁ ଜାଳ ସାଇତି ରଖିଛନ୍ତି। ଏଭଳି ଦୃଶ୍ୟ ସରକାରଙ୍କ ସ୍ବଚ୍ଛ ଭାରତ ମିଶନର ଅସଲ ଚେହେରାକୁ ପଦାରେ ପକାଇଛି। ମାତ୍ର ଶୌଚାଳୟ ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ଲୋକେ ବାହାରେ ମଳ ତ୍ୟାଗ କରୁଛନ୍ତି। ଏଭଳି ସ୍ଥଳେ କିପରି ଜଳ ଓ ପରିମଳ ବିଭାଗ ପକ୍ଷରୁ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ଘୋଷଣା କରି ବୋର୍ଡ ଲଗାଗଲା ତାହା ଏବେ ସବଠୁ ବଡ଼ ପ୍ରଶ୍ନବାଚୀ ଛିଡ଼ା କରିଛି। ଏ ସଂକ୍ରାନ୍ତରେ ଜଳ, ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ଲେଙ୍କାଙ୍କୁ ପଚାରିବାରେ ଗତ ୩ ବର୍ଷ ହେବ ସ୍ବଚ୍ଛ ଭାରତ ଯୋଜନାରେ ହେଉଥିବା ପାଇଖାନା କାର୍ଯ୍ୟ ବ୍ଲକକୁ ହସ୍ତାନ୍ତର କରି ଦେଇଛୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେଲେ ଦାରିଙ୍ଗବାଡି ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ...

ଚାନ୍ଦବାଲିରେ ମଇଁଶିକୁ ଝାମ୍ପିନେଲା ୧୫ଫୁଟ ଲମ୍ବର କୁମ୍ଭୀର

ଚାନ୍ଦବାଲି, ୨୮ା୧୦(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଶିକୁ ଝାମ୍ପିନେଲା କୁମ୍ଭୀର। ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ...

ଆନ୍ଦୋଳନରେ କର୍ମଚାରୀ: ଗଡୁନି ମୋ’ ବସ୍‌, ଯାତ୍ରୀ ହନ୍ତସନ୍ତ

ସମ୍ବଲପୁୂର,୨୮ା୧୦: ସମ୍ବଲପୁର ସହରରେ ସୋମବାର ସକାଳୁ ମୋ’ ବସ୍‌ ସେବା ବନ୍ଦ କରାଯାଇଛି। ମୋ’ ବସ୍‌ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ’ ବସ୍‌।...

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ; ପ୍ରସବ କରାଇବାକୁ ୫୦୦୦ ଟଙ୍କା ଲାଞ୍ଚ ମାଗିଲେ ସରକାରୀ ନର୍ସ

ଅନୁଗୋଳ,୨୮ା୧୦: ଅତିଷ୍ଠ ହେଉଥିଲା ପ୍ରସବ ଯନ୍ତ୍ରଣା, ମାନବିକତା ହରାଇ ବସିଥିଲେ ସରକାର ଡାକ୍ତରଖାନାର ନର୍ସ। ଗର୍ଭବତୀଙ୍କ ପ୍ରସବ କରାଇବା ପାଇଁ ମାଗିଲେ ୫ ହଜାର ଟଙ୍କା...

ନୂଆ ବିଡିଓଙ୍କୁ ଭେଟିଲେ ବ୍ଲକ ଅଧ୍ୟକ୍ଷ-ସମିତିସଭ୍ୟ, ଅଞ୍ଚଳର ବିକାଶ ପାଇଁ…

ଦାରିଙ୍ଗବାଡ଼ି,୨୮ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ନୂଆ ଭାବରେ ଯୋଗ ଦେଇଥିବା ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଭେଟି ସ୍ବାଗତ ଜଣାଇଛନ୍ତି ଅଧ୍ୟକ୍ଷ ଏବଂ ସମତିସଭ୍ୟାସଭ୍ୟ।...

ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ବ୍ୟାଟେରି, ଗାଡ଼ି-ଷ୍ଟ୍ରିଟ୍‌ ଲାଇଟ୍‌ରୁ ଚୋରି କରି ନେଉଛନ୍ତି

ଦାରିଙ୍ଗବାଡ଼ି,୨୮ା୧୦(ଅରୁଣ ସାହୁ): ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ବ୍ୟାଟେରି। ୫୯ ନଂ ଜାତୀୟ ରାଜପଥ ପକ୍ଷରୁ ରାଜପଥ କଡ଼ରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ରୁ ସୋଲାର ପ୍ୟାନେଲ ସହ...

ମିଳୁନି ମାଟି, ସଙ୍କଟରେ କୁମ୍ଭକାରଙ୍କ ଜୀବିକା

କାକଟପୁର/ଅସ୍ତରଙ୍ଗ(ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ)୨୮ା୧୦: ଓଡ଼ିଆ ଚଳଣି ଓ ପରମ୍ପରା ନିଆରା। ସବୁ ପର୍ବପର୍ବାଣି, ପୂଜାର୍ଚ୍ଚନା ଓ ଯାନିଯାତ୍ରା ସମୟରେ ମାଟିତିଆରି ସାମଗ୍ରୀ ଖୋଜାପଡ଼େ।...

ବରାହିପୁର ସରପଞ୍ଚ ନିଲମ୍ବିତ

ମାହାଙ୍ଗା,୨୮ା୧୦(ଯଯାତି ସିଂହ): କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ବରାହିପୁର ପଞ୍ଚାୟତରେ ସରକାରୀ ଅର୍ଥ ତୋସାରପାତ ଅଭିଯୋଗରେ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri