ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ ବନ ସୁରକ୍ଷା ସମିତି। ଏହାର ତଦନ୍ତ ନ ସରଣୁ ପୁଣି ସେକ୍ସନ ଅଧୀନ ନେଗିପାଲିରେ ପୁନଃ ବନୀକରଣ ଯୋଜନା(ଏ.ଏନ.ଆର)ରେ ମିଥ୍ୟା ବିଲ୍‌ କରି ଅନୁଦାନ ଆମତ୍ସାତ କରାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବନ ସୁରକ୍ଷା ସମିତି ସଭାପତି ହେମରାମ ମହାକୁର ଏପରି ଅଭିଯୋଗ ନେଇ ଶୁକ୍ରବାର ଡିଏଫଓ ସୁଦର୍ଶନ ବେହେରାଙ୍କ ନିକଟରେ ଫେରାଦ ହୋଇଛନ୍ତି। ଅଭିଯୋଗ ପାଇଲା ପରେ ଏହାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିବା ସଭାପତି ମହାକୁର କହିଛନ୍ତି।

ଅଭିଯୋଗ ଅନୁସାରେ, ୨୦୨୧-୨୨ ଅର୍ଥିକ ବର୍ଷରେ ନେଗିପାଲି ସଂରକ୍ଷିତ ୫୦ହେକ୍ଟର ଜଙ୍ଗଲରେ ପୁନଃ ବୃକ୍ଷରୋପଣ କରାଯାଇଛି। ନେଗିପାଲି ବନ ସୁରକ୍ଷା ସମିତିର ୧୬ ଜଣିଆ ସଦସ୍ୟ ଏହାର ଦେଖାରଖା କରୁଛନ୍ତି। ପୁନଶ୍ଚ ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପୁନଃ ବନୀକରଣରେ ପାଣି ଦେବା, ଅବଶିଷ୍ଟ ଗଛଗୁଡିକର ସୁରକ୍ଷା ପାଇଁ ଘାସ ସଫେଇ ଏବଂ ନିଆଁଦାଉରୁ ସୁରକ୍ଷା ଦେବା ଆଦି କାମ ପାଇଁ ଆମ ଜଙ୍ଗଲ ଯୋଜନାରେ ଅନୁଦାନ ମିଳିଥିଲା। ହେଲେ ବିନା କାମରେ ବନ ସୁରକ୍ଷା ସମିତିକୁ ଅଣଦେଖା କରି ବକଟି ଅଞ୍ଚଳର ଶ୍ରମିକଙ୍କ ନାମରେ ପାଣିଦେବା ବାବଦକୁ ୮୦ ହଜାର ଟଙ୍କା ଏବଂ ଅବଶିଷ୍ଟ କାମ ପାଇଁ ୫୦ ହଜାର ଟଙ୍କା ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ କରିଥିବା ନେଇ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ଶ୍ରମିକଙ୍କ ପାଉଣା ପ୍ରଦାନ ବାବଦକୁ ଚେକ୍‌ ବ୍ୟବହାର ନକରି ଚତୁରତା ସହ କମ୍ପ୍ୟୁଟର ବିଲ୍‌ରେ ଶ୍ରମିକଙ୍କ ହସ୍ତାକ୍ଷର ନିଆଯାଇଛି। ଏପରିକି ବନ ସୁରକ୍ଷା ସମିତି ପକ୍ଷରୁ ଫରେଷ୍ଟ ଗାର୍ଡ ସଞ୍ଜୀବ ନାୟକଙ୍କୁ ଏହାର ପ୍ରତିବାଦ କଲେ କୁଆଡେ ରେଞ୍ଜ ଅଫିସରଙ୍କ ନିର୍ଦ୍ଦେଶରେ ସେ କାମ କରିଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି ଅଭିଯୋଗକାରୀ। ଫରେଷ୍ଟ ଗାର୍ଡ ନାୟକ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମିତି କିଛି ହୋଇନାହିଁ, ତଥାପି କାଗଜ ପତ୍ର ଦେଖିଲା ପରେ କିଛି କହି ପାରିବି ବୋଲି କହିଥିଲେ ା ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସ ପ୍ରଥମ ସପ୍ତାହରେ ବଙ୍ଗାବାହଲ ବନ ସୁରକ୍ଷା ସମିତି ପକ୍ଷରୁ କାମ୍ପା ଯୋଜନା ବନୀକରଣ ଅନିୟମିତତା ଅଭିଯୋଗ ହୋଇଥିଲା ା ଏହି ମାମଲାର ତଦନ୍ତ ନ ସରୁଣୁ ପୁଣି ଆଉ ଏକ ଅଭିଯୋଗ ଫରେଷ୍ଟ ଗାର୍ଡଙ୍କ ଅଡୁଆ ବଢାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri