ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଘଟଣା, ୩କୋର୍ଟ ଚାଲାଣ

ଜୁନାଗଡ,୧୪।୯(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ଜାରିଙ୍ଗ ଓଭରବ୍ରିଜ
ନିକଟରେ ଗତ ଜୁଲାଇ ୧୦ ତାରିଖରେ ଏକ୍ସିସ ବ୍ୟାଙ୍କ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଡକାୟତମାନେ ୧ଲକ୍ଷ
୮୬ ହଜାର ଟଙ୍କା ସହ ମୋବାଇଲକୁ ଛଡେଇନେଇ ଚମ୍ପଟ ମାରିଥିଲେ । ଏହାକୁ ନେଇ ଫାଇନାନ୍ସ କର୍ମଚାରୀ
ସୁଶାନ୍ତ ନାଏକ ଜୁନାଗଡ ଥାନାରେ ଲିଖତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ନଂ (୨୮୧/
୨୪) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ଥିବା ୩ଜଣକୁ ଗିରଫ
କରି ଶନିବାର କୋର୍ଟ ଚାଲାଣ କରିଛି ଜୁନାଗଡ ପୋଲିସ। ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୬୫ ହଜାର
ଟଙ୍କା ୩ଟି ମୋବାଇଲ ଓ ଗୋଟିଏ ବାଇକକୁ ଜବତ କରିଛି ପୋଲିସ। ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ଗୋଲାମୁଣ୍ଡା ଥାନା ଅଞ୍ଚଳର ହୋଇଥିବାବେଳେ ଅନ୍ୟଜଣେ ଏମ ରାମପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି । ଏହି ଲୁଟ ଘଟଣାରେ ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ
ପ୍ରୟାସ ଜାରିରହିଥିବା ଜୁନାଗଡ ଆଇଆଇସି ଉଲ୍ଲାସ ଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି। ସେହିପରି ଅଭିଯୁକ୍ତଙ୍କ
ନାମରେ ପୂର୍ବରୁ ଏହି ସମାନ ମାମଲାରେ ଗୋଲାମୁଣ୍ଡା ଥାନାରେ ୨ଟି, ନର୍ଲାରେ ୨ଟି ଓ କେସିଙ୍ଗାରେ
ଗୋଟିଏ ମାମଳା ରହିଛି । ଏହି ଗ୍ୟାଙ୍ଗରେ ୭ ରୁ ଅଧିକ ଜଣ ରହିଥିବାବେଳେ ଏହାପୂର୍ବରୁ ଗତ କିଛି ଦିନ ତଳେ
ନର୍ଲା ପୋଲିସ ୩ଜଣକୁ କୋର୍ଟ ଚାଲାଣ କରିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁଲାଇ ୧୦ ତାରିଖରେ ଏକ୍ସିସ ବ୍ୟାଙ୍କ ଫାଇନାନ୍ସ କର୍ମଚାରୀ ସୁଶାନ୍ତ ଓ
ତାଙ୍କର ଜଣେ ସହକର୍ମୀ ଜୁନାଗଡ ଥାନା ଅଞ୍ଚଳର ନାନ୍ଦୋଲ,କେନ୍ଦୁପାଟି ଓ ମାକରଶୋଲା ଗ୍ରାମରୁ ଫାଇନାନ୍ସ
ଟଙ୍କା ୧ଲକ୍ଷ ୮୬ ହଜାର ସଂଗ୍ରହ କରି ଫେରୁଥିଲେ। ହେଲେ ବାଟରେ ଏହି ଗ୍ୟାଙ୍ଗ ପୂର୍ବରୁ ଯୋଜନା କରି
ଜାରିଙ୍ଗ ଓଭରବ୍ରିଜ ନିକଟରେ ଛକି ରହିଥିଲେ। ଫାଇନାନ୍ସ କର୍ମଚାରୀ ଯେମିତି ଓଭରବ୍ରିଜ ନିକଟକୁ ଆସିଥିଲେ
ଏହି ଗ୍ୟାଙ୍ଗ ସେମାନଙ୍କୁ ଅଟକାଇ ତାଙ୍କ ଠାରୁ ୧ଲକ୍ଷ ୮୬ ହଜାର ଟଙ୍କା, ମୋବାଇଲ ଛଡେଇନେବା ସହ
କଲେକ୍ସନ ମେସିନକୁ ଭାଙ୍ଗିଦେଇ ଚମ୍ପଟ ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେନା ଅଧିକାରୀ, ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ମାମଲା: ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର,୧୯।୯: ଶିଖ୍ ରେଜିମେଣ୍ଟର ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭାନ୍ସ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ...

ଗାଁ ମୁହାଁ ଭାଲୁ, ଲୋକେ ଭୟଭିତ

କୋକସରା,୧୯।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଲୁଗୁଡା ନିକଟ ଚାଷଜମିକୁ ଲାଗି ରହିଥିବା ପଡ଼ିଆରେ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ...

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି।...

ଧାମନଗରରେ ୧୬୩ ଲାଗୁ

ଧାମନଗର,୧୯ା୯: ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି। ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି।...

ବି.ଫଟକରା ଗାଁରେ ଗୁଳିକାଣ୍ଡ: ଏସ୍‌ପିଙ୍କୁ ଭେଟିଲେ ଗ୍ରାମବାସୀ

ବଲାଙ୍ଗୀର,୧୯ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ ବି. ଫଟକରା ଗାଁରେ ଗତ ୧୧ ତାରିଖ ବିଳମ୍ବିତ ରାତିରେ କିଛି ଯୁବକ ମାରଣାସ୍ତ୍ର...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ପୁରୀରୁ ନବୀନଙ୍କୁ ସିଧା ଟାର୍ଗେଟ କଲେ ମୋହନ ମାଝୀ, କହିଲେ ପୁରୀରେ କରୁଥିଲେ ଏଇ ରାଜନୀତି…

ଭୁବନେଶ୍ୱର,୧୯।୯: ଓଡ଼ିଶାରେ ଭାଜପାର ୧୦୦ଦିନ ପୂରଣ ହେବା ନେଇ ପୁରୀରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ...

ବ୍ରିଜ୍‌ ଉପରେ ସ୍କୁଟି, ମୋବାଇଲ, ଆଧାରକାର୍ଡ ରଖି ଭରାନଦୀକୁ ଡେଇଁଲେ ଅଙ୍ଗନଓ୍ବାଡ଼ି ସୁପରଭାଇଜର

ଯାଜପୁର ସଦର,୧୯ା୯(ସମୟ ବିଜୟ ଶରଣ): ଯାଜପୁର ବ୍ଲକ ଅନ୍ତର୍ଗତ ବରୁଆଁ ନିକଟସ୍ଥ ଖରସ୍ରୋତା ନଦୀକୁ ଡେଇଁ କୁଆଖିଆ ଥାନା ଅନ୍ତର୍ଗତ ଶ୍ରିବନ୍ତପୁର ଅଞ୍ଚଳର ମନ୍ଦାକିନୀ ସାମଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri