ଖଣିଜ ପଥର ଗ୍ରେଡ୍‌ ହ୍ରାସ କରି ରାଜସ୍ବ ଲୁଟ

କେନ୍ଦୁଝର,୨୫।୪: (ସ୍ବ.ପ୍ର.) କେନ୍ଦୁଝର ଜିଲାର ବିଭିନ୍ନ ଖଣିରେ ବେଆଇନ କାମ କରି ଲାଭବାନ ହୋଇଥିବା ଖଣି ସଂସ୍ଥା ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ନ ସରୁଣୁ ଆଉ ଏକ ଦୁର୍ନୀତି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ହାଇ ଗ୍ରେଡ୍‌ ଖଣିଜ ପଥରକୁ ଲୋ ଗ୍ରେଡ୍‌ ଦର୍ଶାଇ ବେଆଇନ ଭାବେ ଖଣିଜ ପଥର ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଗତ ଏପ୍ରିଲ ୬ରେ ରାଜ୍ୟ ସରକାରଙ୍କ ଖଣି ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଲେଖିଥିବା ଚିଠିରୁ ଏହା ପ୍ରମାଣିତ ହେଉଛି। ଦେବଗଡ଼ ଗସ୍ତ ସମୟରେ କେନ୍ଦୁଝର ଜିଲାରେ ରହଣୀ ସମୟରେ ଖବରଦାତାଙ୍କ ସହ ଆଲୋଚନା କରି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏଭଳି ଅଭିଯୋଗ କରି ଏହାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି।
ପ୍ରକାଶ ଯେ, କେନ୍ଦୁଝର ଜିଲାର ଯୋଡ଼ା ଖଣି ମଣ୍ଡଳ ଓ ସୁନ୍ଦରଗଡ଼ ଜିଲାର କୋଇଡ଼ା ଖଣି ମଣ୍ଡଳରେ ସର୍ବାଧିକ ଲୁହା ଓ ମାଙ୍ଗାନିଜ ଖଣି ଚାଲିଛି। ସେଥିରୁ ଲୁହା ଓ ମାଙ୍ଗାନିଜ ପଥର ଉତ୍ତୋଳନ କରାଯାଇ ବାହାରକୁ ପଠାଯାଉଛି। ତେବେ ଲୁହାପଥରର ମାନ ଠିକ୍‌ ଭାବରେ ଯାଞ୍ଚ ହେଉ ନ ଥିବାରୁ ଉଚ୍ଚମାନର ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଯାଇ ଚାଲାଣ କରାଯାଉଛି। ଫଳରେ ସରକାରଙ୍କ ବ୍ୟାପକ ରାଜସ୍ବହାନି ହେଉଛି। ଗ୍ରେଡ୍‌ ହେରଫେର ଧରାପଡ଼ିଲେ ଅଳ୍ପ କିଛି ଜରିମାନା କରାଯାଉଛି। କିନ୍ତୁ ମାନ ହେରଫେର କରୁଥିବା ଲିଜ୍‌ଧାରୀଙ୍କ ଉପରେ କଠୋର ପଦକ୍ଷେପ ନିଆଯାଉ ନ ଥିବାରୁ ଏହି କାରବାର ଅବାଧରେ ଚାଲିଛି। ସୁନ୍ଦରଗଡ଼ କୋଇଡ଼ା ଖଣି ମଣ୍ଡଳରେ ଲୁହା ଏବଂ ମାଙ୍ଗାନିଜ ସର୍ବାଧିକ ଗ୍ରେଡ୍‌ ହେରଫେର ହେଉଥିଲେ ହେଁ ଏ ଦିଗରେ ସରକାର ପଦକ୍ଷେପ ନେଉନାହାନ୍ତି। ଖଣିରୁ ଲୁହାପଥର ଉତ୍ତୋଳନ କରି ଗୋଟିଏ ସ୍ଥାନରେ ଜମା କରିବା, ସେଠାରେ ମାନ ଯାଞ୍ଚ କରି ଅନୁମତି ପତ୍ର ପାଇବା ପରେ ପରିବହନ କରିବାର ନିୟମ ରହିଛି। କିନ୍ତୁ ସେ ସମୟରେ ଖଣି ବିଭାଗ କର୍ମଚାରୀ ଉପସ୍ଥିତ ରହୁନାହାନ୍ତି । ଯେଉଁ ମୂଲ୍ୟରେ ଲିଜଧାରୀମାନେ ଖଣି ନିଲାମ ଧରିଛନ୍ତି ସେଥିରେ ସେଭଳି ଲାଭ ହୋଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଉକ୍ତ ଖଣି ସଂସ୍ଥାମାନେ କିପରି ଓ କେଉଁ ଉପାୟରେ ଲାଭବାନ ହେଉଛନ୍ତି ତାହାର ଯାଞ୍ଚ କରାଯାଉନାହିଁ। ରାଜ୍ୟ ସରକାର ଏହି ବେଆଇନ କାରବାର ରୋକିବାରେ ଅସମର୍ଥ ହେଉଥିବାରୁ ଏହାର ତଦନ୍ତ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରାଗଲେ ମହାଦୁର୍ନୀତି ପଦାକୁ ଆସିପାରିବ ବୋଲି ଟୁଡୁ କହିଛନ୍ତି।
ଖଣି ଚୋରି ଓ ବେଆଇନ କାରବାର ରୋକିବା ପାଇଁ ରହିଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଆଇବିଏମ(ଇଣ୍ଟିଆନ୍‌ ବ୍ୟୁରୋ ଅଫ୍‌ ମାଇନ୍ସ) ଭଳି ସଂସ୍ଥା ନିୟମିତ ଖଣି ଅଞ୍ଚଳ ଗସ୍ତ କରି ଖଣିଜ ପଥର ଉତ୍ତୋଳନ, ଖଣିଜପଥରର ଗ୍ରେଡ୍‌ ଏବଂ ଖଣି ଅଞ୍ଚଳର ଅବସ୍ଥା ଅନୁଧ୍ୟାନ ଓ ତଦାରଖ କରିବା କଥା। ଅନ୍ୟପକ୍ଷେ ବେଆଇନ କାମ ନେଇ ବିଭାଗ ମଧ୍ୟ ଚିଠି କରି ଚୁପ ବସିବା ସମସ୍ତଙ୍କୁ ଚକିତ କରିଛି। ରାଜ୍ୟସ୍ତରରେ ଖଣି ଚୋରି ଏବଂ ଗ୍ରେଡ୍‌ ହେରଫେର ରୋକିବା ପାଇଁ ଏକ ସ୍କ୍ବାଡ୍‌ ଗଠନ ହୋଇଥିଲେ ମଧ୍ୟ ଏହା ଠିକ୍‌ ଭାବରେ କାମ କରୁ ନ ଥିବା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଟାକୁଆ ଖାଇ ମୃତ ଓ ଗୁରୁତରଙ୍କୁ ମିଳିଲା ସହାୟତା ରାଶି: ମୃତକଙ୍କୁ ୨୦, ଗୁରୁତରଙ୍କୁ ୧୦ ହଜାର

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ ମୃତ ଓ ୬ ଗୁରୁତରଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ରାଶି...

ପଖାଳ ସହ ୨/ ୩ ଦିନର ବାସି ଆମ୍ବ ଟାକୁଆ ଯାଉ ନେଲା ଜୀବନ, ଭୋକ ଉପାସ ଯୋଗୁ ନୁହଁ ଏହା ପାରମ୍ପରିକ କହିଲେ ଜିଲାପାଳ

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ୨ ଜଣଙ୍କ ମୃତ୍ୟୁ ଘଟିଛି। ୬ ଜଣ ଏବେ ମଧ୍ୟ...

ପ୍ରେମ ବିବାହ କରି ସ୍ତ୍ରୀ ଦେହରେ ଭୁଷି ଦେଲେ ଛୁରି, ଆଉ ତା’ପରେ…

ବରଗଡ଼,୨।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା କୁସନପୁରୀ ବିଜୟା ଛକରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀ ନିଜେ...

ଯୁବକଙ୍କୁ ଅର୍ଦ୍ଧଲଗ୍ନ କରି ଗଛରେ ବାନ୍ଧି ଛେଚିଦେଇ ଗଲେ…

ଭୁବନେଶ୍ୱର,୨।୧୧: ନୟାଗଡ଼ ଜିଲା ଫତେଗଡ଼ ଥାନା ଅଧୀନ ବଡ଼ସହରା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସୀମା ଟପିଛି ବର୍ବରତା। ଜଣେ ଯୁବକଙ୍କୁ ଅର୍ଦ୍ଧଉଲଗ୍ନ...

ମାଣ୍ଡିପଙ୍କାକୁ ଛୁଟୁଛି ନେତା, ଅଫିସରଙ୍କ ସୁଅ: ମୁଣ୍ଡ ପିଛା ୧୫ କେଜି ପିଡ଼ିଏସ୍‌ ଚାଉଳ ଦେବାକୁ…

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କାରେ ଆମ୍ବ ଟାଙ୍କୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ...

ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ିଲା ଘରର ଆଜ୍‌ବେଷ୍ଟସ୍‌, କ୍ଷଣିକରେ ସବୁ ଛାରଖାର

କାମାକ୍ଷାନଗର,୨ା୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ଅଘଟଣ। ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ି ଘରର ଆଜବେଷ୍ଟସ୍‌ ଓ ଆସବାବପତ୍ର। ଅଳ୍ପକେ...

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୭ ଜଣଙ୍କ ଇସ୍ତଫା

ମାଲକାନଗିରି,୨ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଉପାଧ୍ୟକ୍ଷଙ୍କ ସହ ଆଉ ୬ ଜଣ ବିଜେଡିର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି। ଶନିବାର ଏନେଇ...

ବାଇକ୍‌କୁ ଧକ୍କାଦେଲା ଅଟୋ: ଚାଲିଗଲା ୨ ଜୀବନ, ୨ ଗୁରୁତର

ଦିଗପହଣ୍ଡି,୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ କାଣ୍ଡେଶ୍ୱର ଗାଁ ଛକରେ ଯାତ୍ରୀବାହୀ ଅଟୋ (ନଂ. ଓଡ଼ି ୦୭ ଏଫ୍‌-୩୯୦୩)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri