Posted inଜାତୀୟ

ହାଫିଜଙ୍କୁ ଆମକୁ ପ୍ରତ୍ୟର୍ପଣ କର: ଭାରତର ଦାବି ନେଇ ଅଡୁଆରେ ପାକିସ୍ତାନ…

ନୂଆଦିଲ୍ଲୀ,୨୮।୧୨ : ଲଶ୍କରରୁ ଆରମ୍ଭ କରି ଜୈଶ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କୁ ଶରଣ ଦେଇ ସହାୟତା କରୁଥିବା ପାକିସ୍ତାନ ନିକଟରେ ଭାରତ ଏକ ବଡ ଦାବି କରିଛି। ଭାରତ ସରକାର ପାକିସ୍ତାନକୁ ଲଶ୍କର-ଇ-ତୋଏବା ପ୍ରତିଷ୍ଠାତା ତଥା ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କୁ ପ୍ରତ୍ୟର୍ପଣ କରିବାକୁ କହିଛନ୍ତି। ପାକିସ୍ତାନରୁ ହାଫିଜ ସଇଦଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତ ଦାବି କରିଛି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ହାଫିଜ ସଇଦ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟକୁ ଏକ ଆନୁଷ୍ଠାନିକ ଆବେଦନ ମଧ୍ୟ କରିଛନ୍ତି। ଭାରତର ଏହି ଦାବି ପରେ ବର୍ତ୍ତମାନ ପାକିସ୍ତାନ ସରକାର ଅଡୁଆରେ ପଡିଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଭାରତର ଦାବିକୁ ନିଶ୍ଚିତ କରିନାହିଁ କିମ୍ବା ଏହାକୁ ଅସ୍ବୀକାର କରି ନାହିଁ। ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ପ୍ରତ୍ୟର୍ପଣ ଚୁକ୍ତି ନାହିଁ। ପାକିସ୍ତାନୀ ବିଶ୍ଳେଷକ ତଥା ବରିଷ୍ଠ ଖବରଦାତା ଏଜାଜ ସଇଦଙ୍କ ଅନୁଯାୟୀ, ନିର୍ବାଚନ ପୂର୍ବରୁ ହାଫିଜ ସଇଦଙ୍କୁ ପ୍ରତ୍ୟର୍ପଣ ପାଇଁ ପାକିସ୍ତାନ କୌଣସି ପଦକ୍ଷେପ ନେବାର ସମ୍ଭାବନା ନାହିଁ। ସେ ଦାବି କରିଛନ୍ତି ହାଫିଜ ସଇଦ ବର୍ତ୍ତମାନ ଜେଲରେ ଅଛନ୍ତି। ଏଜାଜ କହିଛନ୍ତି ପାକିସ୍ତାନ ନିର୍ବାଚନରେ ହାଫିଜ ସଇଦଙ୍କର ପ୍ରଭାବ ପଡିପାରେ।

ଭାରତ ଏପରି ସମୟରେ ଏକ ଦାବି କରିଛି ଯେତେବେଳେ ହାଫିଜ ସଇଦଙ୍କ ଦଳ ପାକିସ୍ତାନ ମର୍କଜୀ ମୁସଲିମ ଲିଗ ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାଗ ନେବ ବୋଲି ଘୋଷଣା କରିଛି। ମିଳିତ ଜାତିସଂଘ ମଧ୍ୟ ହାଫିଜ ସଇଦଙ୍କୁ ଆତଙ୍କବାଦୀ ଘୋଷଣା କରିଛି। ଏଭଳି ପରିସ୍ଥିତିରେ ଭାରତର ଏହି ପ୍ରତ୍ୟର୍ପଣ ଦାବି ଯୋଗୁ ପାକିସ୍ତାନ ସରକାର ହରଡଘଣାରେ ପଡ଼ିପାରନ୍ତି। ନିକଟରେ ପାକିସ୍ତାନ ଅଭିଯୋଗ କରିଥିଲା ଭାରତ ଦ୍ୱାରା ପାକିସ୍ତାନରେ ଟିଟିପି ସହାୟତାରେ ଆତଙ୍କବାଦୀ ଆକ୍ରମଣକୁ ପ୍ରୋତ୍ସାହିତ କରାଯାଉଛି।

ହାଫିଜ ସଇଦ ବିଶ୍ୱ ଆତଙ୍କବାଦୀ ଘୋଷିତ ହୋଇଥିବାବେଳେ ତାଙ୍କ ଦଳ ପାକିସ୍ତାନରେ ନିର୍ବାଚନ ଲଢ଼ିବାକୁ ଅନୁମତି ପାଇଛି। ଫେବୃଆରୀ ୮ ରେ ହେବାକୁ ଥିବା ନିର୍ବାଚନ ପାଇଁ ହାଫିଜଙ୍କ ଦଳ ପ୍ରତ୍ୟେକ ଜାତୀୟ ତଥା ପ୍ରାଦେଶିକ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି। କେବଳ ଏତିକି ନୁହେଁ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହାଫିଜଙ୍କ ପୁଅ ତାଲହା ସଇଦ ମଧ୍ୟ ନିର୍ବାଚନରେ ଭାଗ ନେବାକୁ ଯାଉଛନ୍ତି ଏବଂ ସେ ଲାହୋର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆଶା କରାଯାଉଛି। ଆମେରିକା ହାଫିଜ ସଇଦଙ୍କ ଉପରେ ୧୦ମିଲିୟନ ଡଲାର ପୁରସ୍କାର ଘୋଷଣା କରିଛି। ଏଭଳି ପରିସ୍ଥିତିରେ ଭାରତର ଦାବି ଯୋଗୁ ପାକିସ୍ତାନ ଅଡୂଆରେ ପଡ଼ିବ ବୋଲି ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ବିବାହ ଚୁକ୍ତି ନୁହେଁ, ବିଚ୍ଛେଦ ପାଇଁ ବୈଧ ସହମତି ଲୋଡ଼ା

ପ୍ରୟାଗରାଜ, ୧୫।୯: ଆଲ୍ଲାହାବାଦ ହାଇକୋର୍ଟ ଶନିବାର ଏକ ମହତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏକ ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ କହିଛନ୍ତି, ହିନ୍ଦୁ ବିବାହକୁ କୌଣସି...

ଚାଇନା କମ୍ପାନୀରେ ମାଧବୀଙ୍କ ନିବେଶ

ନୂଆଦିଲ୍ଲୀ,୧୫ା୯: ଭାରତର ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଓ ତାଙ୍କ ସ୍ବାମୀ ଆଦାନୀ ଗ୍ରୁପ୍‌ର ଷ୍ଟକ୍‌ ମୂଲ୍ୟ ଜାଲିଆତିରେ...

କୋଲକାତା ବଳାତ୍କାର ହତ୍ୟା ଘଟଣାରେ ସିବିଆଇର ବଡ ଆକ୍ସନ, ସନ୍ଦୀପ ଘୋଷ…

କୋଲକାତା,୧୪।୯: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲାରେ ସିବିଆଇ ଏକ ବଡ ପଦକ୍ଷେପ ନେଇଛି।...

ମମତା କହିଲେ ମୋତେ ଏମିତି ଅପମାନ ନ କରାଯାଉ, ଡାକ୍ତରଙ୍କ ସହ ପୁଣି ଫେଲ ମାରିଲା ବୈଠକ

କୋଲକାତା,୧୪।୯: ପଶ୍ଚିମବଙ୍ଗର ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନ କରୁଥିବା ଡାକ୍ତର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଦ୍ୱିତୀୟ ଥର...

ବଳାତ୍କାର ସମୟରେ ନିଜ ପସନ୍ଦର ଅନ୍ତବସ୍ତ୍ର ପିନ୍ଧିବାକୁ ପୀଡ଼ିତାଙ୍କୁ…

ବେଙ୍ଗାଲୁରୁ,୧୪।୯: ପୂର୍ବତନ ଜେଡିଏସ ଏମପି ପ୍ରଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାରେ ଏସଆଇଟିର ତୃତୀୟ ଚାର୍ଜସିଟରେ ପ୍ରକାଶ ପାଇଛି ଯେ ସେ ପୀଡ଼ିତାଙ୍କୁ ନିଜ...

ବିମାନ ବନ୍ଦରରେ ଗୋଟିଏ କପ ଚା’ ଅର୍ଡର କରି କାହିଁକି ଚମକି ପଡିଲେ ପୂର୍ବତନ ଅର୍ଥମନ୍ତ୍ରୀ

କୋଲକାତା,୧୪।୯: ବିମାନବନ୍ଦରରେ ଖାଦ୍ୟ ସାମଗ୍ରୀ କାହିଁକି ମହଙ୍ଗା ହେଉଛି ସେନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଆଲୋଚନା ହୋଇଥାଏ। ବର୍ତ୍ତମାନ କଂଗ୍ରେସ ନେତା ତଥା ପୂର୍ବତନ...

ଶେଷ ହେବ କି ଡାକ୍ତରଙ୍କ ଆନ୍ଦୋଳନ? ମମତାଙ୍କ ନିକଟରେ କ’ଣ ସର୍ତ୍ତ ରଖି ରାଜି ହେଲେ…

କୋଲକାତା,୧୪।୯: ପଶ୍ଚିମବଙ୍ଗରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଜୁନିୟର ଡାକ୍ତର ଫ୍ରଣ୍ଟ ଦ୍ୱାରା ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ଅନେକ ଦିନର...

ଭୁଶୁଡିଲା ୩ ମହାଲା କୋଠା, ପୋତି ହୋଇ ପଡିଛି ୧୦ରୁ ଅଧିକ ଜୀବନ

ମେରଠ,୧୪।୯: ଉତ୍ତରପ୍ରଦେଶର ମେରଠରୁ ଏକ ବଡ ଖବର ଆସୁଛି। ଏଠାରେ ଏକ ତିନି ମହଲା ଘର ଭୁଶୁଡି ପଡବାରୁ ଏହାତଳେ ୧୦ରୁ ଅଧିକ ଲୋକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri