ପରକୀୟା ପ୍ରୀତି ମହଙ୍ଗା ପଡ଼ିଲା, ଗଛରେ ବାନ୍ଧି ପିଟିଲେ

ଉଦଳା,୧୧ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳରେ ପରକୀୟା ପ୍ରୀତିରେ ଲିପ୍ତ ଜନୈକା ବିବାହିତା ମହିଳା ଓ ଜଣେ ଯୁବକଙ୍କୁ ଲୋକେ ଗଛରେ ବାନ୍ଧି ବହେ ଛେଚିଛନ୍ତି। ଭିଡିଓ ଭାଇରାଲ୍‌ ହେବା ପରେ ଏହି ଘଟଣା ପଦାକୁ ଆସିଛି। ସୂଚନା ଅନୁଯାୟୀ, ଶନିବାର ଏକ ପରିତ୍ୟକ୍ତ ଘରେ ସମ୍ପୃକ୍ତା ମହିଳା ଓ ଯୁବକ ଅସଂଯତ ଅବସ୍ଥାରେ ଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଧରି ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଦେଢ଼ ଘଣ୍ଟା କାଳ ବନ୍ଧା ହୋଇ ରହିବା ପରେ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା।

Share