ତୁର୍କୀରେ ଭୟଙ୍କର ବନ୍ୟା

ଇସ୍ତାନବୁଲ୍‌,୧୫।୮: ତୁର୍କୀରେ ବନ୍ୟା ଓ ଭୂସ୍ଖଳନରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଦେଶର ଜରୁରୀ ତଥା ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ କୁହାଯାଇଛି। ବୁଧବାରଠାରୁ ବାର୍‌ଟିନ, କାଷ୍ଟାମୋନୁ, ସିନୋପ ପ୍ରଦେଶରେ ଲଗାଣ ବର୍ଷାରେ ୫ ବ୍ରିଜ୍‌ ଓ ଅନେକ ଘର ଭୁଶୁଡ଼ି ପଡ଼ିଛି। ବନ୍ୟା ସ୍ରୋତରେ ଅନେକ କାର ଭାସିଯାଇଛି। କାଷ୍ଟାମୋନୁରେ ୩୪ ଏବଂ ସିନୋପରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ଏଏଫ୍‌ଏଡି କହିଛି। ଜଣେ ନିଖୋଜ ଥିବାବେଳେ ଅନ୍ୟ ୯ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖାଲୁଆ ଅଞ୍ଚଳଗୁଡ଼ିକରୁ ୨,୨୫୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ଭୟାବହ ବର୍ଷା ହେଉଥିବା ପାଣିପାଗ ବିଜ୍ଞାନୀମାନେ କହିଛନ୍ତି।

Share