ଅଷ୍ଟ୍ରେଲିଆରେ ଭୟଙ୍କର ବନ୍ୟା

ସିଡନୀ,୩।୩: ସପ୍ତାହେ ଧରି ଲଗାଣ ବର୍ଷାରେ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଘରଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଳିଯାଇଛନ୍ତି। ବର୍ଷା ଥମିବାର ନାଁ ନେଉ ନ ଥିବା ବେଳେ ପବନର ବେଗ ବୃଦ୍ଧି ପାଇବାରେ ଲାଗିଛି।

ଏନେଇ ଅଷ୍ଟ୍ରେଲିଆର ପୂର୍ବ ଉପକୂଳ ଅଞ୍ଚଳକୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ପବନ ବେଗ ଅଧିକ ଥିବାରୁ ଉପକୂଳର ୪୦୦ କି.ମି ଦୂର ପର୍ଯ୍ୟନ୍ତ ଏହାର ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଲକ୍ଷାଧିକ ଲୋକଙ୍କ ଜୀବନ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବ୍ରିଶବେନ୍‌ରୁ ସିଡନୀ ପର୍ଯ୍ୟନ୍ତ ୩୦ଟି ସ୍ଥାନରେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ୪୦୦ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଅଷ୍ଟ୍ରେଲିଆରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି।

Share