ନୂଆଦିଲ୍ଲୀ,୧ ।୧: ନୂଆବର୍ଷରେ ଅଘଟଣ । ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋଦେବୀ ଭବନରେ ଶୁକ୍ରବାର ରାତି ପ୍ରାୟ ୨ଟା ୪୫ରେ ଦଳାଚକଟା ହୋଇ ୧୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୧୩ ଗୁରୁତରଙ୍କୁ ହସ୍ପିଟାଲରେ ଚିକିତ୍ସାଲାଗି ଭର୍ତ୍ତି କରାଯାଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହିି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହାସହ ଆହତଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ବି ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, କୌଣସି ଏକ କଥାକୁ ନେଇ ଯୁକ୍ତି ତର୍କ ହେବାରୁ ଲୋକମାନଙ୍କ ମଧ୍ୟରେ ଠେଲାଠେଲି ଆରମ୍ଭ ହୋଇ ଯାଇଥିଲା । ଫଳରେ ଏହା ବଡ ଧରଣର ରୂପନେଇ ଦଳାଚକଟାରେ ୧୨ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ହାନି ହେଲା ବୋଲି ଜମ୍ମୁ-କଶ୍ମୀରର ଡିଜିପି ଦିଲବାଗ ସିଂ କହିଛନ୍ତି । ଏହାସହ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ ଟଙ୍କ୍ାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।
Extremely saddened by the loss of lives due to a stampede at Mata Vaishno Devi Bhawan. Condolences to the bereaved families. May the injured recover soon. Spoke to JK LG Shri @manojsinha_ Ji, Ministers Shri @DrJitendraSingh Ji, @nityanandraibjp Ji and took stock of the situation.
— Narendra Modi (@narendramodi) January 1, 2022