Categories: ଜାତୀୟ

ରୁଢିବାଦୀ ଶବ୍ଦ ମହିଳାମାନଙ୍କ ସମ୍ବନ୍ଧୀୟ ତଥ୍ୟ ଏବଂ ରାୟରେ ବ୍ୟବହୃତ ହେବ ନାହିଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୬।୮ : ମହିଳାଙ୍କ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ପଦକ୍ଷେପ ନେଇଛନ୍ତି। ମହିଳାମାନଙ୍କ ସମ୍ବନ୍ଧୀୟ ଆଇନଗତ ତଥ୍ୟ ଏବଂ ରାୟରେ ରୁଢିବାଦୀ (ଷ୍ଟେରିଓଟାଇପ) ଶବ୍ଦ ବ୍ୟବହାର ହେବ ନାହିଁ। ନ୍ୟାୟିକ ନିଷ୍ପତ୍ତିରେ ଲିଙ୍ଗଗତ ଷ୍ଟେରିଓଟାଇପିଂ ଶେଷ କରିବାକୁ ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଏକ ହ୍ୟାଣ୍ଡବୁକ ଲଞ୍ଚ କରିଛନ୍ତି।

ମହିଳାମାନଙ୍କ ବିଷୟରେ ଷ୍ଟେରେଓଟିପିକାଲ ଶବ୍ଦ ବ୍ୟବହାର ନ କରିବାକୁ ବିଚାରପତି ଏବଂ ଆଇନଜୀବୀଙ୍କ ପାଇଁ ଲିଙ୍ଗଗତ ଷ୍ଟେରିଓଟାଇପ କମ୍ବିଂ ନାମକ ଏକ ବୁକଲେଟ ପ୍ରକାଶ ପାଇଛି। ପୂର୍ବ ରାୟରେ ମହିଳାମାନଙ୍କ ପାଇଁ ବ୍ୟବହୃତ ଶବ୍ଦଗୁଡ଼ିକୁ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି।

ସିଜେଆଇ କହିଛନ୍ତି ଏହି ଶବ୍ଦଗୁଡିକ ଅନୁପଯୁକ୍ତ ଏବଂ ବିଚାରପତିମାନେ ଏହାକୁ ବ୍ୟବହାର କରିଆସୁଛନ୍ତି। ହ୍ୟାଣ୍ଡବୁକ ବିଚାରକୁ ସମାଲୋଚନା କରିବା କିମ୍ବା ସନ୍ଦେହ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ନୁହେଁ, ମାତ୍ର ଅଜାଣତାରେ କିପରି ଷ୍ଟେରିଓଟାଇପ ବ୍ୟବହାର କରାଯାଇ ନ ପାରିବ ତାହା ଦର୍ଶାଇବାକୁ ବିଶେଷକରି ମହିଳାମାନଙ୍କ ବିରୁଦ୍ଧରେ କ୍ଷତିକାରକ ଷ୍ଟେରିଓଟାଇପ ବ୍ୟବହାର ବିରୁଦ୍ଧରେ ସଚେତନତା ସୃଷ୍ଟି କରିବାକୁ ଏହି ହ୍ୟାଣ୍ଡବୁକ ଜାରି କରାଯାଇଛି। ଏହାକୁ ସୁପ୍ରିମକୋର୍ଟ ୱେବସାଇଟରେ ଅପଲୋଡ କରାଯିବ ବୋଲି ସେ କହିଛନ୍ତି।

Share