Posted inଫୁରସତ

ଆଖିର ଯତ୍ନ ମୂଳ କଥା

ଆମ ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ଚକ୍ଷୁ ହେଉଛି ଏକ ସ୍ବତନ୍ତ୍ର ତଥା ମୂଲ୍ୟବାନ୍‌ ଅଙ୍ଗ। ଯାହା ଦ୍ୱାରା ଆମେ ଏ ସୁନ୍ଦର ଦୁନିଆକୁ ଦେଖିପାରୁଛୁ । ଆଖି ଦ୍ୱାରା ପଢ଼ିବା, ଲେଖିବା, ଦେଖିବାଠାରୁ ଆରମ୍ଭ କରି ଅନେକ କାମ ହୋଇଥାଏ ଏବଂ ଥରେ ଦୃଷ୍ଟିଶକ୍ତି ହରାଇଲେ ମଣିଷ ଅନ୍ଧ ହୋଇଯାଏ ଓ କୌଣସି କାମ କରିପାରେ ନାହିଁ । ତେଣୁ ଆଖିର ଯନତ୍ ନେଇ ତାକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ଜରୁରୀ । ସେଥିପାଇଁ ପ୍ରତ୍ୟେକ ବର୍ଷ ସାରା ବିଶ୍ୱରେ ଅକ୍ଟୋବର ମାସ ଦ୍ୱିତୀୟ ଗୁରୁବାରକୁ ‘ବିଶ୍ୱ ଦୃଷ୍ଟି ଦିବସ’ ଭାବେ ପାଳନ କରାଯାଉଛି ।
ପ୍ରତି ବର୍ଷ ଏହା ପାଇଁ ସ୍ବତନ୍ତ୍ର ଥିମ୍‌ ପ୍ରସ୍ତୁତ ହୋଇଥାଏ । ଏ ବର୍ଷର ଥିମ୍‌ ହେଉଛି ‘ଲଭ୍‌ ୟୋର୍‌ ଆଇଜ୍‌ ଆଟ୍‌ ଓ୍ବର୍କ’ ନିଜନିଜ ଆଖିକୁ ଭଲ ପାଆନ୍ତୁ ଓ ଆଖିର ଯନତ୍ ନିଅନ୍ତୁ।
ଆଖିର ଯନତ୍ ନେବାକୁ ହେଲେ ପାଞ୍ଚଟି ଜିନିଷ ଆଖି ଆଗରେ ରଖିବାକୁ ହୋଇଥାଏ। ପ୍ରଥମଟି ହେଉଛି ପ୍ରିଭେନ୍‌ଶନ୍‌ ବା’ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ । ଆଖିକୁ ସୁସ୍ଥ ରଖିବା ପାଇଁ ନିଜ ଜୀବନଶୈଳୀର ପରିବର୍ତ୍ତନ ସହ ଭିଟାମିନ୍‌ ଏ, ବି ଓ ସି’ଯୁକ୍ତ ଖାଦ୍ୟ ତଥା ଗାଜର, ସବୁଜ ପନିପରିବା ଓ ଫଳ ଖାଇବା ଭଲ । ଏହା ଛଡ଼ା ଧୂମପାନ ଓ ମଦ୍ୟପାନରୁ ଦୂରେଇ ରହିବା ଆବଶ୍ୟକ। ମଧୁମେହ ଓ ଉଚ୍ଚ ରକ୍ତଚାପ ଥିଲେ ଉପଯୁକ୍ତ ଔଷଧ ସେବନ ଓ ଆଖିର ଚେକ୍‌ଅପ୍‌ କରିବା ଜରୁରୀ । ସୁରକ୍ଷା ଦୃଷ୍ଟିରୁ ଆଇଷ୍ଟ୍ରେନ୍‌ ବା ଆଖି ଉପରେ ଚାପ ପକାଇବେ ନାହିଁ ।
କମ୍ପ୍ୟୁଟର ସ୍କ୍ରିନ୍‌ ଆଗରେ ବେଶୀ ସମୟ କାମ ନ କରି ମଝିରେ ମଝିରେ ବିଶ୍ରାମ ନେବେ ଓ ଆଣ୍ଟିଗ୍ଲେୟାର ଚଷମା ପିନ୍ଧିବେ ।
ପ୍ରିଜର୍ଭ- ନିଜେ ନିଜ ଆଖିକୁ ବିଭିନ୍ନ ପ୍ରକାର କ୍ଷତିକାରକ ଜିନିଷରୁ ଦୂରେଇ ରଖିବା ସହ ନିୟମିତ ଚେକ୍‌ଅପ୍‌ କରାନ୍ତୁ। ତେଣୁ ସବୁବେଳେ ଆଖିର ଯନତ୍ ଓ ଚିକିତ୍ସା ତଥା ନିଜ କର୍ମକ୍ଷେତ୍ରରେ ମଧ୍ୟ କେମିତି ନିୟମିତ ଏହାର ଯନତ୍ ନେବେ, ତା’ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଶିଶୁଙ୍କ ଚକ୍ଷୁର ସୁରକ୍ଷା ପାଇଁ ସବୁବେଳେ ସୁଷମ ଖାଦ୍ୟ ଖୁଆଇବା ସହ ବାହାରେ ଖୋଲା ସୂର୍ଯ୍ୟ କିରଣରେ କିଛି ସମୟ ବୁଲାଇବା ଦରକାର ।
ଆଖିରୋଗ ସବୁ ବୟସରେ ହୋଇଥାଏ ।
ଶିଶୁମାନଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କ ଯାଏଁ ସମସ୍ତେ ଏଥିରେ ଆକ୍ରାନ୍ତ ହୋଇଥାନ୍ତି । ତେବେ ବିଶେଷ ଭାବରେ ଦୃଷ୍ଟିଦୋଷ, ଧଳା ମୋତିଆ ବା’ କାଟାରାକ୍ଟ , କଳା ମୋତିଆ ବା ଗ୍ଲୁକୋମା, ଡାଏବେଟିକ୍‌ ରେଟିନୋପାଥି, ଆଖିଧରା ରୋଗ (କଂଜକ୍ଟି ଭାଇଟିସ୍‌) କେରାଟାଇଟିସ୍‌ ବା’ କର୍ଣ୍ଣିଆ ରୋଗ ଇତ୍ୟାଦି ଆଖିକୁ ଆକ୍ରାନ୍ତ କରିଥାଏ । ସେଥିପାଇଁ ସମସ୍ତେ ନିଜ ନିଜ ଚକ୍ଷୁର ଯତ୍ନ ନେବା ସହ ଏଥିରେ ସାମାନ୍ୟ ସମସ୍ୟା ଦେଖାଦେଲେ ଅବହେଳା ନ କରି ତୁରନ୍ତ ଜଣେ ଚକ୍ଷୁରୋଗ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରାଇବା ଆବଶ୍ୟକ।
– ଡା. ସୋନାଲି ଷଡ଼ଙ୍ଗୀ, ଚକ୍ଷୁରୋଗ ବିଶେଷଜ୍ଞ, କଟକ
ମୋ : ୯୪୩୭୧୬୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

ବଜ୍ରପାତକୁ ରୋକେ ତାଳଗଛ

ବଜ୍ରପାତକୁ ରୋକେ ତାଳଗଛ । କିନ୍ତୁ ତାଳଗଛର ସଂଖ୍ୟା କମି କମି ଚାଲିଛି; ଯାହା ଚିନ୍ତା ବଢାଇଛି ପରିବେଶ ପ୍ରେମୀଙ୍କର । ଯେଉଁଥିପାଇଁ ନିଜସ୍ବ ପ୍ରୟାସରେ...

କ୍ୟାନ୍‌ସର ପୀଡ଼ିତଙ୍କୁ ଲୋଡ଼ା ସକାରାତ୍ମକ ସହଯୋଗ

ଆଜି ସାରା ବିଶ୍ୱରେ ରୋଜ ଡେ’ ପାଳନ କରାଯାଉଛି। କ୍ୟାନସରରେ ପୀଡିତ ଲୋକଙ୍କ ଜୀବନରେ ସୁଖ ଆଣିବା ଏବଂ ଜୀବନର ମହତ୍ତ୍ୱ ବୁଝାଇବା ପାଇଁ ପ୍ରତିବର୍ଷ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri