ମସ୍କୋ,୨୦।୯: ରୁଷିଆର ପର୍ମ ଷ୍ଟେଟ୍ ବିଶ୍ୱବିଦ୍ୟାଳୟରେ ଜଣେ ଅଜଣା ବ୍ୟକ୍ତି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୧୨ରୁ ଅଧିକ ଆହତ ହୋଇଛନ୍ତି। ଗୁଳିମାଡ଼ରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ର ଏବଂ ଅଧ୍ୟାପକମାନେ ଘର ବନ୍ଦ କରି ରହିଥିଲେ। ସୁରକ୍ଷାକର୍ମୀମାନେ ଅଜଣା ବ୍ୟକ୍ତିଙ୍କୁ କାବୁ କରିଥିଲେ। ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି।
ଗୁଳିକାଣ୍ଡ ପରେ ଛାତ୍ରୀଛାତ୍ର ଏବଂ ବିଶ୍ୱବିଦ୍ୟାଳୟ କର୍ମଚାରୀମାନେ ଭୟରେ ଦୌଡ଼ାଦୌଡ଼ି କରିବା ଆରମ୍ଭ କରିଥିଲେ। ସେହିପରି କେତେକ ବିଲ୍ଡିଂରୁ ଜମ୍ପ୍ ମାରୁଥିବାର ଦେଖିବାକୁ ମିଳିଥିଲା।
ତେବେ ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଥିବା ରୁଷିଆ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।