୨୦୦ ହେଲାନି, ଏବେ ୨୦୦୦ ଉପରେ ଆଖି: ପୂର୍ବପରି ଖତ ଖାଇଯିବା ନେଇ ଆଶଙ୍କା

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ରାଜଧାନୀରେ ରାହାଗିରି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ୨୦୧୬ରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ୨ଟି ସଂସ୍ଥା ସିଏସ୍‌ଆର୍‌ ଫଣ୍ଡ୍‌ରୁ ୨୦୦ ସାଇକେଲ ପ୍ରଦାନ କରିଥିଲେ। ଏବେ ସେଗୁଡ଼ିକ ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଖତ ଖାଉଛି। ସେଥିରୁ କିଛି ସାଇକେଲ୍‌ ଚୋରି ହୋଇଥିବା ଅଭିଯୋଗ ହେଉଥିବାବେଳେ ଆଉ କିଛି କୋଭିଡ୍‌ ସଚେତକଙ୍କୁ ବିଭିନ୍ନ ଓ୍ବାର୍ଡ ବୁଲି ସଚେତନ କରିବାକୁ ଦିଆଯାଇଛି। ୨ଶହ ସାଇକେଲର ଠିକ୍‌ ପରିଚାଳନା କରିପାରି ନ ଥିବା ବିଏମ୍‌ସି ଏବେ ୨୦୦୦ ‘ମୋ ସାଇକେଲ୍‌’ର ଦାୟିତ୍ୱ ମୁଣ୍ଡକୁ ନେଇଛି। କ୍ୟାପିଟାଲ ଅର୍ବାନ ଟ୍ରାନ୍ସପୋର୍ଟ ଦ୍ୱାରା ପରିଚାଳିତ ‘ମୋ ସାଇକେଲ’କୁ ବିଏମ୍‌ସି ନିଜ ଅଧୀନକୁ ଆଣିଛି। କରୋନା ସମୟରେ ବିଏମ୍‌ସିର ହଠାତ୍‌ ଏପରି ପଦକ୍ଷେପକୁ ନେଇ ନାନା ଆଲୋଚନା ଚାଲିଛି। କରୋନା ପରଠୁ ବିଭାଗରେ କାର୍ଯ୍ୟଭାର ଢେର୍‌ ବଢ଼ିଯାଇଛି। ଜଣେ ଜଣେ କର୍ମଚାରୀଙ୍କୁ ଏକାଧିକ ଦାୟିତ୍ୱର ବୋଝ ସମ୍ଭାଳିବାକୁ ପଡୁଛି। ପୁଣି ଏହା ଭିତରେ ବର୍ତ୍ତମାନ କର୍ମଚାରୀ ଅଭାବ ବଡ଼ ସମସ୍ୟା ପାଲଟିଥିବା ଖୋଦ୍‌ କମିଶନର ଓ ଅନ୍ୟ ଅଧିକାରୀମାନେ ବିଭିନ୍ନ ସମୟରେ କହି ଆସୁଛନ୍ତି। ହେଲେ ୨୦୦୦ ମୋ ସାଇକେଲ ପରିଚାଳନା କରିବାକୁ କର୍ମଚାରୀ ଆସିବେ କେଉଁଠୁ? ରାହାଗିରି ସାଇକେଲ ପରି ମୋ ସାଇକେଲ ମଧ୍ୟ ଖତ ଖାଇବ ବୋଲି ଚର୍ଚ୍ଚା ଚାଲିଛି।
ଅନ୍ୟପଟେ ଫେଲ୍‌ ମାରିବା ପରେ ବିଏମ୍‌ସି ଏବେ ହଠାତ୍‌ ସାଇକେଲ ଉପରେ କାହିଁକି ଆଖି ପକାଇଛନ୍ତି ତାହା ବି ରହସ୍ୟ ସୃଷ୍ଟି କରୁଛି। ବର୍ତ୍ତମାନ ବିଏମ୍‌ସି ନିକଟରେ ଉକ୍ତ ୨୦୦ ସାଇକେଲ୍‌ରୁ ମାତ୍ର ୧୩୦ରୁ ୧୫୦ଟି ଥିବା ଜଣାପଡ଼ିଛି। କିଛି ସାଇକେଲରେ ଶିଟ୍‌, ଚକ ଓ ଅନ୍ୟାନ୍ୟ ପାର୍ଟସ ଗାଏବ୍‌ ହୋଇଯାଇଛି। ସାଇକେଲ୍‌ଗୁଡ଼ିକ ଗୋଟିଏ ସ୍ଥାନରେ ପଡ଼ି ରହିବା ଯୋଗୁ ଖରାପ ହୋଇଯାଇଛି। ତେବେ ଆଗକୁ ମୋ ସାଇକେଲ୍‌ର ମଧ୍ୟ ଏପରି ଅବସ୍ଥା ଯେ ନ ହେବ କହି ହେଉନି। ତେବେ ଏହା ଭିତରେ ଖତଗଦାରେ ପଡ଼ି ରହିଥିବା ପୁରୁଣା ରାହାଗିରି ସାଇକେଲ୍‌ର ପୁନରୁଦ୍ଧାର କରାଯାଉଛି। ବିଏମ୍‌ସି ମୁଖ୍ୟାଳୟର ଯେଉଁ ସ୍ଥାନରେ ପୁରୁଣା ସାଇକେଲ୍‌ଗୁଡ଼ିକୁ ରଖାଯାଇଥିଲା, ସେଠାରେ ଜଣେ ମିସ୍ତ୍ରି ସାଇକେଲ ମରାମତି କରୁଛନ୍ତି। ଏଥିସହ ଏବେ ବିଏମ୍‌ସି ବିଭିନ୍ନ ଆପାର୍ଟମେଣ୍ଟରେ ରହୁଥିବା ଛୋଟ ପିଲାଙ୍କୁ ସାଇକେଲ୍‌ ଚଳାଇବା ପାଇଁ ପ୍ରୋତ୍ସାହିତ କରୁଛି। କିନ୍ତୁ ଏହା ପଛରେ କିଛି ଜନହିତକର ଯୋଜନା ରହିଛି ନା ଯୋଜନା ନାଁରେ ବିଏମ୍‌ସି ଆଉକିଛି ଉଦ୍ଦେଶ୍ୟ ହାସଲ ପାଇଁ ଏପରି ପ୍ରସହନ ଆରମ୍ଭ କରିଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନୂଆ ରାଜ୍ୟ ସଭାପତି : କାହା ନାଁରେ ବାଜିବ…

ଭୁବନେଶ୍ୱର,୩।୧୦: ଖୁବଶୀଘ୍ର ଘୋଷଣା ହେବ ଭାଜପା ନୂଆ ରାଜ୍ୟ ସଭାପତି ନାଁ। ଏ ନେଇ ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାାଦକ ତରୁଣ ଚୁଗ ସୂଚନା ଦେଇଛନ୍ତି।...

ଜୟନାରାୟଣଙ୍କ ବିବାଦୀୟ ବୟାନ: ବାବୁ ସିଂ କହିଲେ ଓଡ଼ିଶାର ସ୍ବାର୍ଥ ପାଇଁ… …

ଭୁବନେଶ୍ୱର,୧୦।୩: ଜୟନାରାୟଣଙ୍କ ବୟାନକୁ ନେଇ ମୁହଁ ଖୋଲିଲା ଭାଜପା। ଭାଜପା ବିଧାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାର ସ୍ବାର୍ଥ ପାଇଁ ଇଞ୍ଚେ ବି ସାଲିସ କରାଯିବ...

ରାଜ୍ୟର ପୂର୍ବତନ, ବର୍ତ୍ତମାନର ସାଂସଦ ଓ ବିଧାୟକଙ୍କ ବିରୋଧରେ ଅଛି ଏତିକି ଫୌଜଦାରୀ ମାମଲା, ସୂଚନାଦେଲେ ସରକାର

ଭୁବନେଶ୍ୱର,୧୦।୩: ସୋମବାର ରାଜ୍ୟ ସରକାର ଉପସ୍ଥାପନ କରିଥିବା ତଥ୍ୟରେ ପ୍ରକାଶ ପୂର୍ବତନ ଏବଂ ବର୍ତ୍ତମାନର ସାଂସଦ (ସାଂସଦ) ଏବଂ ବିଧାନସଭା ସଦସ୍ୟ (ବିଧାୟକ)ଙ୍କ ବିରୋଧରେ ଫୌଜଦାରୀ...

ସେନା ଅଧିକାରୀ-ବାନ୍ଧବୀଙ୍କୁ ଅସଦାଚରଣ ମାମଲା: ଓଡ଼ିଶା ସରକାରଙ୍କୁ ତଦନ୍ତ ରିପୋର୍ଟ ଦେଲ ନ୍ୟାୟିକ କମିଶନ

ଭୁବନେଶ୍ୱର,୧୦।୩: ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ଉପରେ ପୋଲିସର ଅତ୍ୟାଚାରର ତଦନ୍ତ ପାଇଁ ଗଠିତ ନ୍ୟାୟମୂର୍ତ୍ତି ଚିତ୍ତ ରଞ୍ଜନ ଦାସ କମିଶନ ସୋମବାର ଗୃହ...

ପୋଲିସଙ୍କ ପାଇଁ ଖୁସିଖବର: ମିଳିବ ସ୍ପିଡ୍‌ ବାଇକ, ବୋଲେରୋ

ଭୁବନେଶ୍ୱର,୧୦।୩: ଏଥର ଅପରାଧୀଙ୍କୁ ଧରିବା ହେବ ସହଜ । ପୋଲିସକୁ ମିଳିବ ସ୍ପିଡ ବାଇକ ଓ ବୋଲେରୋ। ରାଜ୍ୟ ସରକାରଙ୍କ ପକ୍ଷରୁ ଅପରାଧ ନିୟନ୍ତ୍ରଣ ପାଇଁ...

ଏସଏସ ରାଜାମୋୖଲିଙ୍କ ହାଇ-ବଜେଟ SSMB29 ଶୁଟିଂ ପାଇଁ ପହଞ୍ଚିଲେ ପ୍ରିୟଙ୍କା ଚୋପ୍ରା, ଫଟୋ ଭାଇରାଲ୍

କୋରାପୁଟ,୧୦ା୩: ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ଭାରତ ଆସିଛନ୍ତି। ମା’ ମଧୁ ଚୋପ୍ରା ଏସ୍ ରାଜାମୋୖଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘SSMB 29’ ରେ ତାଙ୍କର...

‘ପ୍ରମାଣ ଅଭାବ’, ୧୪ ବର୍ଷ ଜେଲରେ ଥିବା ହତ୍ୟା ଅଭିଯୁକ୍ତଙ୍କୁ ମୁକ୍ତ କଲେ ଓଡ଼ିଶା ହାଇକୋର୍ଟ

କଟକ,୧୦।୩: ୪୨ ବର୍ଷୀୟ ହତ୍ୟା ଅପରାଧୀ ମଦନ କହଁରଙ୍କୁ ଅପରାଧ ସମ୍ପର୍କିତ ପର୍ଯ୍ୟାପ୍ତ ପ୍ରମାଣ ଦର୍ଶାଇ ୧୪ ବର୍ଷ ଜେଲରେ ରହିବା ପରେ ଓଡ଼ିଶା ହାଇକୋର୍ଟ...

ବିଧାୟକ ସାରଦା ପ୍ରଧାନଙ୍କ ଗିରଫ ଦାବି କଲା ବିଜେଡି

ଭୁବନେଶ୍ୱର,୧୦ା୩: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଡାମରାଇ ପଞ୍ଚାୟତର ପଞ୍ଚାୟତ ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ରାଉତଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri