ପୋର୍ତ୍ତୋ,୧୬।୫: ପ୍ରିମିୟର ଲିଗ୍ର ଅଣ୍ଡରଡଗ୍ ଦଳ ଲେସିଷ୍ଟର ସିଟି ୧୩୭ ବର୍ଷରେ ପ୍ରଥମ ଥର ପାଇଁ ହାତେଇଛି ସମ୍ମାନଜନକ ଏଫ୍ଏ କପ୍। ତାହା ପୁଣି ୮ ଥର ଚାମ୍ପିୟନ ତଥା ଗତଥର ରନର୍ସଅପ୍ ଚେଲସିକୁ ହରାଇ। ମ୍ୟାଚ୍ ପୂର୍ବରୁ କେହି ଏଭଳି ଫଳାଫଳର ଆଶା କରି ନ ଥିଲେ। କାରଣ ଚେଲସି ଭଳି ବିଶ୍ୱର ଅନ୍ୟତମ ଲୋକପ୍ରିୟ ଦଳ ସାମ୍ନାରେ ଥିଲା ଦୁର୍ବଳ ଲେସିଷ୍ଟର ସିଟି। ହେଲେ ୟୁରି ତେଲେମାନ (୬୩ତମ ମିନିଟ୍)ଙ୍କ ଚମତ୍କାର ଗୋଲ ବଳରେ ଫାଇନାଲକୁ ୧-୦ ଗୋଲରେ ଜିତି ନେଇଥିଲା ଲେସିଷ୍ଟର ସିଟି। କୋଭିଡ୍-୧୯ ମହାମାରୀ ଯୋଗୁ ଦୀର୍ଘ ୧୪ ମାସ ପରେ ୟୁକେରେ ପ୍ରଥମ ଥର ପାଇଁ ଫ୍ୟାନ୍ସଙ୍କୁ ଏଣ୍ଟ୍ରି ପାଇଁ ମିଳିଥିଲା ଅନୁମତି। ୨୨ ହଜାର ଦର୍ଶକଙ୍କ ସାମ୍ନାରେ ୨୦୧୫/୧୬ ପ୍ରିମିୟର ଲିଗ୍ ଚାମ୍ପିୟନ ଫୋକ୍ସ ଅର୍ଜନ କରିଛି ଏଫ୍ଏ ଟ୍ରଫି।
ଏହି ଦଳ ୫୨ ବର୍ଷ ତଳେ ଶେଷ ଥର ଲାଗି ଖେଳିଥିଲା ଏଫ୍ଏ କପ୍ର ଫାଇନାଲ। ପୂର୍ବରୁ ୩ ଥର ଟାଇଟଲ ନିକଟତର ହୋଇଥିଲେ ମଧ୍ୟ ଦଳ ହାତରେ ଲାଗିଥିଲା କେବଳ ବିଫଳତା।